ବ୍ରହ୍ମପୁର, ୨୩ ସେପ୍ଟେମ୍ବର (ହି.ସ.)- ଜାତୀୟତା ପ୍ରେମୀ ତଥା ଆମ ସାହିତ୍ୟ ସଂସ୍କୃତିର ଉତ୍ତଙ୍ଗ ପୁରୁଷ ଥିଲେ ରାଜ କବି ରାଜା
କୃପାମୟ ଅନଙ୍ଗ ଭୀମ ଦେବ କେଶରୀ। ଓଡ଼ିଆ ଜାତୀୟ ଆନ୍ଦୋଳନ ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସେ ଥିଲେ ପୃଷ୍ଠପୋଷକ ଓ ଉତ୍କଳ ସମ୍ମିଳନୀ ର ପ୍ରମୁଖ କର୍ଣ୍ଣଧାର। ଉତ୍କଳ ଜନନୀଙ୍କ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକିର ମୋହନଙ୍କ ସେନାପତି, ନୀଳମଣି ବିଦ୍ୟାରତ୍ନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ରାମଚନ୍ଦ୍ର ମର୍ଦ୍ଦରାଜ, ପ୍ରମୁଖଙ୍କ ସେଥିଲେ ପରାମର୍ଶଦାତା ଏବଂ ଐତିହାସିକ ଜାତୀୟ ସ୍ମାରକୀ ଭବନ ଉତ୍କଳ ଆଶ୍ରମର ପ୍ରତିଷ୍ଠାତା ଏତଦବ୍ୟତୀତ ପ୍ରଜାବତ୍ସଳ, ସାମୁହିକ ଶିକ୍ଷା ତଥା ନାରୀ ଶିକ୍ଷାର ପ୍ରବର୍ତ୍ତକ ବୋଲି ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କୃପାମୟ ଦେବଙ୍କ ୧୦୩ ତମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସ୍ମୃତିସଭା ରେ ମଞ୍ଚାସିନ୍ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଉତ୍କଳ ଆଶ୍ରମ ନ୍ୟାସ ମଣ୍ଡଳୀ ବରିଷ୍ଠ ସଦସ୍ୟ କୃଷ୍ଣ ଚରଣ ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭା ରେ ଉତ୍କଳ ଆଶ୍ରମ ନ୍ୟାସ ସମ୍ପାଦକ ଶିକ୍ଷାବିତ ପ୍ରଶାସକ ଡଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ , କୃପାମୟ ଦେଵ ସ୍ମୃତି ସମ୍ମାନ ରେ ସମ୍ମାନିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଭେଷଜ ବିଶାରଦ ହୃଦ୍ ରୋଗ ବିଶେଷଜ୍ଞ ପ୍ରଫେସର ନାରାୟଣ ମିଶ୍ର, ମୁଖ୍ୟ ବକ୍ତା ପ୍ରଫେସର ଡକ୍ଟର ଗବେଷକ ଲମ୍ବୋଦର ପାଣିଗ୍ରାହୀ, ସମ୍ମାନିତ ବକ୍ତା ବିଶିଷ୍ଟ ସାହିତ୍ୟ ସଂସ୍କୃତି ଗବେଷକ ଡ ଅନନ୍ତ ରାମ କର କୌଣ୍ଡନ୍ୟ, ଖେମଣ୍ଡି ରାଜ ପରିବାରର ମୋହନ ପ୍ରସାଦ ଦେବ, ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ , ବୀର କିଶୋର ଦେବ,ସିଦ୍ଧାର୍ଥ ଗଙ୍ଗଦେବ, ଦେବବ୍ରତ ଦେବ ପ୍ରମୁଖ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଏବଂ କୃପାମୟ ଦେବଙ୍କ ଫୋଟୋ ଚିତ୍ର ମାଲ୍ୟାର୍ପଣ କରି ସ୍ମୃତି ଚାରଣ ସଭା ଉଦ୍ଘାଟନ କରିଥିଲେ। ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ବେଦ ପାଠ କରିଥିଲେ।
ଉତ୍କଳ ସମ୍ମିଳନୀ ତଥା କଳିଙ୍ଗ ସାହିତ୍ୟ ସମାଜ ର ଉପସଭାପତି ଖଲିକୋଟ ବିଶ୍ବବିଦ୍ୟାଳୟ ର ଅତିଥି ପ୍ରଫେସର ଡକ୍ଟର ବନମାଳୀ ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ସ୍ମୃତି ଚାରଣ ସଭା ରେ ପ୍ରାରମ୍ଭରେ ଓଡ଼ିଶାର ପ୍ରସିଦ୍ଧ ଖେମୁଣ୍ଡି ଅଂଚଳର ଢୁମ୍ପା ବାଦ୍ୟ ଓ ସଂଗୀତ କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା। ଏହି ସଂଗୀତ ରଚନା କରି ରାଜା କୃପାମୟ ଦେବ ପ୍ରୋତ୍ସାହନ ପ୍ରଦାନ କରୁଥିଲେ ତତସହିତ ଚମ୍ପୁ ସାହିତ୍ୟର ପ୍ରବର୍ତ୍ତକ କବିସୂର୍ଯ୍ୟ ବଳଦେବ ରଥଙ୍କର ଚମ୍ପୁ, ଢୁମ୍ପା ସଂଗୀତ ଖୁବ୍ ପ୍ରସିଦ୍ଧିଲାଭ କରିଥିଲା ବୋଲି ମୁଖ୍ୟବକ୍ତା ଡ଼ ପାଣିଗ୍ରାହି ମତପ୍ରକାଶ କରିଥିଲେ ।ସ୍ବାଧୀନତା ଆନ୍ଦୋଳନ ହେଉ କିମ୍ବା ସାହିତ୍ୟ ସଂସ୍କୃତି ର ସୁରକ୍ଷା ହେଉ ଗଞ୍ଜାମ ଜିଲ୍ଲା ର ଅବଦାନ ଅବିସ୍ମରଣୀୟ। ଗଞ୍ଜାମ ର ରାଜନ୍ୟ ବର୍ଗ ବୁଦ୍ଧିଜୀବୀ ଙ୍କ ସମେତ ଜନସାଧାରଣ ଦେଶପ୍ରେମୀ ,ସଂଗୀତ ସାହିତ୍ୟ ସଂସ୍କୃତି ପ୍ରେମୀ। ସର୍ବପ୍ରଥମେ ଗଞ୍ଜାମ ର ଘୁମୁସର ରେ ସ୍ବାଧୀନତା ଆନ୍ଦୋଳନର ସ୍ଵର ଶାଣିତ ହୋଇଥିଲା ଦୋହରା ବିଷୋୟୀ ଓ ଚକରା ବିଷୋୟୀ ଏହାର ନେତୃତ୍ୱ ନେଇଥିଲେ। ସେହିପରି କାଟିଙ୍ଗିଆ ର ରାଜା ଭେଙ୍କଟଶ୍ବର ଓଡ଼ିଆ ଭାଷା ର ସୁରକ୍ଷା ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରତ ଥିଲେ ପରବର୍ତ୍ତୀ ମୂହୁର୍ତ୍ତ ରେ ଉତ୍କଳ ସମ୍ମିଳନୀ ଗଠନ ହେଲା ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ପ୍ରାପ୍ତ ହେଲା ଯାହାର ମୁଖ୍ୟ ପୃଷ୍ଠପୋଷକ ଥିଲେ ରାଜା କୃପାମୟ ଦେବ ବୋଲି ଗବେଷକ କର ମତପ୍ରକାଶ କରିଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭେଷଜ ବିଶାରଦ ହୃଦ୍ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ନାରାୟଣ ମିଶ୍ରଙ୍କୁ ଉତ୍କଳ ଆଶ୍ରମ ର ବିଶିଷ୍ଟ ସମ୍ମାନ କୃପାମୟ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା।
ପ୍ରଦତ୍ତ ପ୍ରଶସ୍ତି ସନନ୍ଦ ପାଠ କରିଥିଲେ ବରିଷ୍ଠ ଅଧ୍ୟାପକ ଡ ହୃଷିକେଶ ପଣ୍ଡା। ସମ୍ମାନର ଉତ୍ତରରେ ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ ଯେ, ଯଥାର୍ଥ ପ୍ରାତଃ ସ୍ମରଣୀୟ କୃପାମୟ ଦେବ ଜଣେ ଉତ୍ତଙ୍ଗ ପୁରୁଷ ଦେଶ ଜାତି ସଂଗୀତ ସଂସ୍କୃତି ପ୍ରତି ସମର୍ପିତ ବ୍ୟକ୍ତିତ୍ବ। ସ୍ମୃତି ସଭାରେ ପୌରୋହିତ୍ୟ କରୁଥିବା ଶ୍ରୀ ସିଂହ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ପରବର୍ତ୍ତି ସମୟରେ ଏହି ମହାନ ସ୍ମାରକୀ ଭବନ ର ସମ୍ପାଦକ ଦାୟିତ୍ବ ବହନ କରି ଡ଼ ବସନ୍ତ କୁମାର ପାଣିଗ୍ରାହୀ ଏହାର ସୁରକ୍ଷା ଓ ଉତ୍ତରୋତ୍ତର କରିଯାଇଛନ୍ତି ତାଙ୍କ ପ୍ରୟାସରେ ହିଁ ଗଞ୍ଜାମ କଳା ପରିଷଦ ପ୍ରତିଷ୍ଠା ଲାଭ କରିବା ସହ ଆଜି ବୃହତ୍ ଭବନ ନିର୍ମାଣ ହୋଇପାରିଛି। ଦିଗପହଣ୍ଡି ର ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜିନୀ ରଥ ନିଜସ୍ବ ରଚନା କୃପାମୟ ଦେବଙ୍କୁ ସମର୍ପିତ ଗୀତି କବିତା ଗାନ କରିଥିଲେ।ଅନୁଷ୍ଠିତ କୃପାମୟ ଦେବ ସ୍ମୃତି ଚାରଣ ଓ ସମ୍ମାନ ପ୍ରଦାନ ଉତ୍ସବ ରେ ବହୁ ବିଜ୍ଞ ବୁଦ୍ଧିଜୀବୀ ଶିକ୍ଷାବିତ ସ୍ତମ୍ଭକାର ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ସମାଜସେବୀ ଶ୍ୟାମ ସୁନ୍ଦର ଖାଡଙ୍ଗା, ଉତ୍କଳ ସମ୍ମିଳନୀ ସଭାପତି ଡ଼ ସୁବ୍ରତ କୁମାର ସାହୁ, ଭାଷା ଆନ୍ଦୋଳନ ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ଶିକ୍ଷାବିତ ବିରୁପାକ୍ଷ ଦାଶ, ମନୋରଞ୍ଜନ ପାଣିଗ୍ରାହୀ,ହୃଷିକେଶ ଦାଶ, ଶ୍ରୀମତୀ ପଦ୍ମିନୀ ମିଶ୍ର ଅଶୋକ କୁମାର ପଣ୍ଡା,ସଂଜୟ କୁମାର ପଣ୍ଡା, ଅନୁପ କୁମାର ମିଶ୍ରଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ଉତ୍ସବକୁ ସିଦ୍ଧାର୍ଥ ଗଙ୍ଗଦେବ, ଦେବବ୍ରତ ଦେବ , ଦିନବନ୍ଧୁ ଶ୍ରୀପଲ୍ଲବ, ଅଶୋକ କୁମାର ପଣ୍ଡା, କପିଳ ଚନ୍ଦ୍ର ମହାନ୍ତି, ନଳିନୀ ଗୌଡ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ