ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ, ମିଶା ବନ୍ଦୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯିବ
ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ପ୍ରତିବର୍ଷ ଅକ୍ଟୋବର ୧ ତାରିଖ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥାଏ। ଚଳିତବର୍ଷ ଦୁର୍ଗାପୂଜା ପଡୁଥିବାରୁ ଅକ୍ଟୋବର ୧୦ କୁ ଏହି ଦିବସ ପାଳନ କରାଯିବା ପାଇଁ ସରକାର ନିଷ୍ପତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠି
BARISTA NAGARIKA PRASTUTI BAITHAK


ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ପ୍ରତିବର୍ଷ ଅକ୍ଟୋବର ୧ ତାରିଖ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥାଏ। ଚଳିତବର୍ଷ ଦୁର୍ଗାପୂଜା ପଡୁଥିବାରୁ ଅକ୍ଟୋବର ୧୦ କୁ ଏହି ଦିବସ ପାଳନ କରାଯିବା ପାଇଁ ସରକାର ନିଷ୍ପତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନେଇ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ବୈଠକରେ ଟାଉନ୍ ହଲ ଠାରେ ଏହି ଜିଲାସ୍ତରୀୟ ଆନ୍ତର୍ଜାତିକ ଦିବସ ପାଳନ ହେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି। ଏଥର ବ୍ଲକ୍ ସ୍ତରରେ ଏହି ଦିବସ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିବେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲାପାଳ ଶ୍ରୀ ରାଉତରାୟ ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ବ୍ୟବସ୍ଥିତ ଢଙ୍ଗରେ କରି ଏକ ସୁନ୍ଦର ବାର୍ତା ଦେବାକୁ ମତପ୍ରକାଶ କରିଥିଲେ। ଗାଁ ଗହଳିରୁ ଆସିଥିବା ବୟୋଜ୍ୟେଷ୍ଠମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାକୁ ସାମାଜିକ ସୁରକ୍ଷା ଅଧିକାରୀ ତଥା ବରିଷ୍ଠ ନାଗରିକ ମହାସଂଘର କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଚଳିତବର୍ଷ ଜିଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ମିଶାବନ୍ଦୀମାନଙ୍କୁ ଏହି ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୂଚନା ଅନୁଯାୟୀ ସକାଳ ୭.୪୫ ରୁ ୮.୩୦ ପର୍ଯ୍ୟନ୍ତ ଯୋଗାସନ, ୯.୧୫ ରୁ ୧୦.୧୫ ବରିଷ୍ଠମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଡାକ୍ତରମାନଙ୍କ ଦ୍ୱାରା କରାଯିବାର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ଆଣ୍ଠୁଗଣ୍ଠି ଜନିତ ରୋଗ କାରଣରୁ ଚାଲିବାରେ କଷ୍ଟ ପାଉଥିବା ବରିଷ୍ଠମାନଙ୍କୁ ନି କେପ୍‌, ଆଶା ବାଡି ପ୍ରଦାନ କରାଯିବ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ଜନପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବ। ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକଙ୍କ ସହ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜମଙ୍ଗଳ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏହାବ୍ୟତୀତ ଜିଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସ ମହାପାତ୍ର, ପଦ୍ମନ ରାୟ, ରାଧାରାଣୀ ମହାପାତ୍ର, ଇନ୍ଦ୍ରମଣି ପଣ୍ଡା, ସୁଧାକର ରାଉତ, ବିଚିତ୍ରାନନ୍ଦ ମହାନ୍ତି, ଡାକ୍ତର ଭଗବାନ ପରିଡା ପ୍ରମୁଖ ସଂଘର କର୍ମକର୍ତାମାନେ ଯୋଗ ଦେଇଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande