ଜିଆକଟା ବାଣ ଗୋଦାମରେ ବିସ୍ଫୋରଣ ଘଟଣା, ୫ ଜଣଙ୍କୁ ଗିରଫ ନେଇ ପୋଲିସ ଆଇଜିଙ୍କ ସୂଚନା
ବୌଦ୍ଧ, ୨୩ ସେପ୍ଟେମ୍ବର (ହି.ସ.) - ବୌଦ୍ଧ ଜିଲା ଜିଆକଟା ଗ୍ରାମର ବାଣ ଗୋଦାମରେ ବିସ୍ଫୋରଣ ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ଆଇଜି ସୂଚନା ଦେଇଛନ୍ତି । ପୁରୁଣାକଟକ ବଜାର ନିକଟସ୍ଥ ଜିଆକଟା ଗ୍ରାମରେ ରବିବାର ଦିନ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟିବା ଫଳରେ ଜଣଙ୍କର ମୃତ
ଜିଆକଟା ବାଣ ଗୋଦାମରେ ବିସ୍ଫୋରଣ ଘଟଣା, 5 ଜଣଙ୍କ ଗିରଫ ନେଇ ପୋଲିସ ଆଇଜିଙ୍କ ସୂଚନା୧


ଜିଆକଟା ବାଣ ଗୋଦାମରେ ବିସ୍ଫୋରଣ ଘଟଣା, 5 ଜଣଙ୍କ ଗିରଫ ନେଇ ପୋଲିସ ଆଇଜିଙ୍କ ସୂଚନା


ବୌଦ୍ଧ, ୨୩ ସେପ୍ଟେମ୍ବର (ହି.ସ.) - ବୌଦ୍ଧ ଜିଲା ଜିଆକଟା ଗ୍ରାମର ବାଣ ଗୋଦାମରେ ବିସ୍ଫୋରଣ ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ଆଇଜି ସୂଚନା ଦେଇଛନ୍ତି । ପୁରୁଣାକଟକ ବଜାର ନିକଟସ୍ଥ ଜିଆକଟା ଗ୍ରାମରେ ରବିବାର ଦିନ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇପଡିଥିଲେ । ଦକ୍ଷିଣାଂଚଳ ପୋଲିସ ଆଇଜି ନୀତି ଶେଖର ବୌଦ୍ଧ ଜିଲା ପୋଲିସ ମୁଖ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି କ୍ଷ ଏହି ଘଟଣାରେ ବାଣ ଗୋଦାମ ମାଲିକ ଆଲୋକ କାଂଟି, ଘର ମାଲିକ ଓ ପୁରୁଣାକଟକ ଥାନା ଅଂଚଳରେ ବେଆଇନ ଭାବେ ବାଣ ମହଜୁଦ ରଖିଥିବା ଅଭିଯୋଗରେ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି । ପୁରୁଣାକଟକ ବାଣ ବିସ୍ପୋରଣ ଘଟଣା । ବାଣ ବ୍ୟବସାୟୀ ଆଲୋକଦତ କାଂଟି ସହ ଆଉ ଚାରିଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅନ୍ୟ ଚାରିଜଣ ହେଲେ ଘର ମାଲିକ ମାଗିରାମ ବେହେରା ଓ କାହ୍ନୁ ପରିଡା, ଲକ୍ଷ୍ମୀଧର ପରିଡା , ପ୍ରଶାନ୍ତ ସାହୁ । ଚାରୋଟି ବାଣ ଗୋଦାମ ରେ ରେଡ଼ କରିଛି ପୋଲିସ । ଗୋଦାମ ରୁ ୬କୋଟି ରୁ ଅଧିକ ମୂଲ୍ୟର ବେଆଇନ ବାଣ ଜବତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଆଇଜି ନୀତି ଶେଖର । ସୂଚନାମୁତାବକ ଗତ ୨୧ ତାରିଖ ରେ ପୁରୁଣାକଟକ ଥାନା ଅଂଚଳର ଜିଆକଟା ଗ୍ରାମରେ ଭୟାନକ ବାଣ ବିସ୍ପୋରଣ ଘଟିଥିଲା । ଯେଉଁ ବିସ୍ପୋରଣ ରେ ଜଣେ ବ୍ୟକ୍ତିଙ୍କ ମୃତ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ବାଣ ବିସ୍ପୋରଣ ଫଳରେ ଅନେକ ଘର ଭାଙ୍ଗି ଯାଇଥିଲା । ଘଟଣା ର ତଦନ୍ତ ବେଳେ ସେହି ଗ୍ରାମର ମାଗିରାମ ବେହେରା ବାଣ ଗୋଦାମ କରିବା ପାଇଁ ପୁରୁଣାକଟକ ର ଆଲୋକ କାଂଟିଙ୍କୁ ଘର ଭଡା ଦେଇଥିଲେ । ଅନ୍ୟପଟେ ଆଲୋକ ପୁରୁଣାକଟକ ସ୍ଥିତ ନିଜ ଘର ସମେତ ଅନ୍ୟ ୩ଟି ଜାଗାରେ ବାଣ ଗଛିତ ରଖିଥିବାରୁ ସୂଚନା ପାଇ ପୋଲିସ ରେଡ଼ କରିଥିଲା । ରେଡ଼ ରେ ବିପୁଳ ପରିମାଣ ର ବାଣ ସହ ବିସ୍ପୋରକ ସାମଗ୍ରୀ ଜବତ କରିଥିଲା । ବାଣ ମୁଖ୍ୟ ଆନୁମାନିକ ୬କୋଟି ରୁ ଉର୍ଦ୍ଧ ହେବ । ଏହି ଘଟଣା ରେ ପୋଲିସ ଆଲୋକଦତ କାଂଟିଙ୍କ ସମେତ ସହଯୋଗୀ ମାଗିରାମ ବେହେରା, କାହ୍ନୁ ପରିଡା, ଲକ୍ଷ୍ମୀଧର ପରିଡା , ପ୍ରଶାନ୍ତ ସାହୁ ଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଆଲୋକ କେଉଁ କେଉଁ ଜିଲ୍ଲା କୁ ବାଣ ଚାଲାଣ କରୁଥିଲେ। କେବେଠୁ କରୁଥିଲେ ତାହାର ଅଧିକ ତଦନ୍ତ ଚାଲିଥିବା ବେଳେ ବିସ୍ପୋରକ ସାମଗ୍ରୀ ସବୁ କୁ ଲ୍ୟାବ କୁ ପାଠ ଯାଇଛି ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ଆଇଜି ନୀତି ଶେଖର କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande