Odisha, 23 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା, ଏବେ ଗୋରୁ ମାଫିଆଙ୍କ ବଦଳିଛି ବେଆଇନ ଗୋ- ଚାଲାଣ ତରିକା। ପୋଲିସର ଧରପଗଡ଼ ପରେ ଏବେ ଆଉ ଗୋ-ଚାଲାଣ କରୁନାହାନ୍ତି ମାଫିଆ | ବରଂ ଗୋ-ଚାଲାଣ ପରିବର୍ତ୍ତେ ଗୋ-ମାଂସ ଓ ଗୋ ଚମଡା ପ୍ଯାକେଟ୍ କରି ବାହାର ରାଜ୍ୟକୁ ଚାଲାଣ ଯାଉଛି। ଏଥିରେ ଏକ ବଡ଼ ଗ୍ୟାକେଟ୍ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଇଛି। ବେଳକୁ ବେଳ ଗୋ-ମାଂସ ଚ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ଜାତୀୟ ରାଜପଥ ଏମାନଙ୍କ ଚରାଭୂଇଁ ପାଲଟିଛି। ଜାତୀୟ ରାଜପଥ ଦେଇ ତାମିଲନାଡୁର କୋଲକାତା ଭଳି ବିଭିନ୍ନ ସ୍ଥାନକୁ ମାଲ୍ବାହୀ ଟ୍ରକ୍ ଯୋଗେ ହେଉଛି ଚାଲାଣ | ତେବେ ମଙ୍ଗଳବାର ତାମିଲନାଡୁରୁ କୋଲକାତା ଅଭିମୁଖେ ଅକ୍ ଟ୍ରକରେ ୫ହଜାରରୁ ଉର୍ଦ୍ଧ ଚମଡା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଡ୍ରାଇଭରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଏକ ମଦ ବାର ସମ୍ମୁଖରେ ଅଟକାଇଥିଲେ। ପରେ ଉକ୍ତ ଚମଡ଼ା ବୋଝେଇ ଟ୍ରକ୍କୁ ଆଦର୍ଶ ଥାନା ପୋଲିସ ଜିମା ଦେଇଥିଲେ | ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଡ୍ରାଇଭର ଓ ମାଲିକକୁ ଗିରଫ କରିଛି। ପରେ ପୋଲିସ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତରତିଆ ଆଇଟିବିପି ନିକଟସ୍ଥ ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ