ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ ଓ ବିକ୍ଷୋଭ ପ୍ରଦର୍ଶନ
ଦାବି ନମାନିଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନର ଚେତାବନୀ।
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ତରଫରୁ ସମସ୍ତ କ୍ୟାମ୍ପସ ୟୁନିଟ ଦ୍ୱାରା କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ କ୍ୟାମ୍ପସର ସମସ୍ତ ପ୍ରକାର ସମସ୍ୟାକୁ ନେଇ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି ।ଏହା ସହିତ ସାରା ଓଡ଼ିଶାରେ ୫୦୦ ରୁ ଉର୍ଦ୍ଧ କ୍ୟାମ୍ପସରେ ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତି ବିରୁଦ୍ଧରେ ଆନ୍ଦୋଳନ କରିବ ଏବିଭିପି ।ବିଭିନ୍ନ ଦାବି ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରିବ ଏବିଭିପି ।ଦାବି ଗୁଡ଼ିକ ମଧ୍ୟରେ ପ୍ରତ୍ୟେକ କ୍ୟାମ୍ପସ ପାଇଁ ଉପଯୁକ୍ତ ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ବାଡ଼ ଆବଶ୍ୟକ । କଲେଜର ଉପଯୁକ୍ତ ପରିମଳକରଣ ସହିତ ପୁଅ ଏବଂ ଝିଅ ଉଭୟଙ୍କ ପାଇଁ ସଫା ଶୌଚାଳୟ ଏବଂ କମନ ରୁମ୍ ଆବଶ୍ୟକ । ପାଠାଗାରରେ ପର୍ଯ୍ୟାପ୍ତ ପୁସ୍ତକ ସହିତ ଇ-ଲାଇବ୍ରେରୀ ସ୍ଥାପନ। ପୋଷ୍ଟ ମାଟ୍ରିକ ମେଧାବୃତ୍ତି ଠିକ୍ ସମୟରେ ନ ମିଳିବା କାରଣରୁ ବହୁତ୍ ଗରିବ ବିଦ୍ୟାର୍ଥୀ କଷ୍ଟ ଅନୁଭବ କରୁଛନ୍ତି । ଏହା ଉଚିତ୍ ସମୟ ମଧ୍ୟରେ ପ୍ରଦାନ କରାଯିବା ଉଚିତ। ଛାତ୍ର ଛାତ୍ରୀଙ୍କ ସୁରକ୍ଷା ନିମିତ୍ତ କଲେଜ ପରିସରରେ ସିସିଟିଭି ବ୍ୟବସ୍ଥା କରାଯିବା ଦରକାର । ଏଥି ସହିତ ଦୀର୍ଘଦିନ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନର ତାରିଖକୁ ତୁରନ୍ତ ଘୋଷଣା କରାଯାଉ। ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥା ଶିଘ୍ର ପୁରାଣ କରାଯାଉ।
କଲେଜ ଜମି କଲେଜ ନାମରେ ଜଥା ଶୀଘ୍ର ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କୁ ଏବିଭିପି ଦାବି ପ୍ରଦାନ୍ କରିବା ସହିତ ସବୁ କ୍ୟାମ୍ପସରେ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରିବ ।ଏହାର ସମାଧାନ ନହେଲେ ଉଗ୍ର ଆନ୍ଦୋଳନ ହେବା ସହିତ ବିଦ୍ୟାର୍ଥୀ ସମାଜ ରାଜ ରାସ୍ତାକୁ ଆସିବା ପାଇଁ ବାଧ୍ୟ ହେବେ ବୋଲି ରାଜ୍ୟ ସମ୍ପାଦକ ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ