ଛାତ୍ରଙ୍କ ବିଭିନ୍ନ ସମସ୍ୟା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିକ୍ଷୋଭ ପ୍ରଦର୍ଶନ
ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର କଲେଜ୍ ଜମି କଲେଜ୍ ନାଁରେ କେବେ ହେବ ରାଜସ୍ୱ ମନ୍ତ୍ରୀ ଜବାବ ଦିଅ ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥାଶୀଘ୍ର ପୂରଣ ଆମର ଦାବି ଶିକ୍ଷାବିତ୍ ଓ ଅଣରାଜନୈତିକ ବ୍ୟକ୍ତିଙ୍କୁ ନେଇ କଲେଜ୍ କ୍ୟାମ୍ପସର ଗଭର୍ଣ୍ଣି ବଡି ତିଆରି ହେବା
ଛାତ୍ର ଙ୍କ ବିଭିନ୍ନ ସମସ୍ୟା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିକ୍ଷୋଭ ପ୍ରଦର୍ଶନ


ଛାତ୍ର ଙ୍କ ବିଭିନ୍ନ ସମସ୍ୟା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିକ୍ଷୋଭ ପ୍ରଦର୍ଶନ


ଛାତ୍ର ଙ୍କ ବିଭିନ୍ନ ସମସ୍ୟା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିକ୍ଷୋଭ ପ୍ରଦର୍ଶନ


ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର

କଲେଜ୍ ଜମି କଲେଜ୍ ନାଁରେ କେବେ ହେବ ରାଜସ୍ୱ ମନ୍ତ୍ରୀ ଜବାବ ଦିଅ

ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥାଶୀଘ୍ର ପୂରଣ ଆମର ଦାବି

ଶିକ୍ଷାବିତ୍ ଓ ଅଣରାଜନୈତିକ ବ୍ୟକ୍ତିଙ୍କୁ ନେଇ କଲେଜ୍ କ୍ୟାମ୍ପସର ଗଭର୍ଣ୍ଣି ବଡି ତିଆରି ହେବା ସରକାର ତାର ଜବାବ ଦିଅ

ବଲାଙ୍ଗୀର,୨୩ ସେପ୍ଟେମ୍ବର(ହି.ସ.) – ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ତରଫରୁ ବଲାଙ୍ଗୀର ସ୍ଥିତ ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀର ଶାଖାର ବିଦ୍ୟାର୍ଥୀ କାର୍ଯ୍ୟକର୍ତାମାନେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ଓ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି।

ଆମର ମୌଳିକ ଦାବିଗୁଡ଼ିକ ହେଉଛି-

୧. ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଉ। ୨. ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥା ଶୀଘ୍ର ପୂରଣ କରାଯାଉ। ୩. କ୍ୟାମ୍ପସ ପାଇଁ ଉପଯୁକୁ ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ବାଡ଼ ଆବଶ୍ୟକ। ୪. ପାଠାଗାରରେ ପର୍ଯ୍ୟାପ୍ତ ପୁସ୍ତକ ସହିତ ଇ-ଲାଇବ୍ରେରୀ ସ୍ଥାପନ। ୫. ପୋଷ୍ଟ ମାଟ୍ରିକ ମେଧାବୃତି ଠିକ ସମୟରେ ନମିଳିବା କାରଣରୁ ବହୁତ ଗରିବ ବିଦ୍ୟାର୍ଥୀ କଷ୍ଟ ଅନୁଭବ କରୁଛନ୍ତି। ଏହା ଉଚିତ୍ ସମୟ ମଧ୍ୟରେ ପ୍ରଦାନ କରାଯାଉ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande