ଭଦ୍ରକ ଇରମ୍ ପାକ୍ସ ସମ୍ପାଦକ ନିଲମ୍ବିତ
ଭୁବନେଶ୍ୱର: ୨୩ ସେପ୍ଟେମ୍ବର (ହି.ସ.) ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ ସମିତିକୁ ସେ ବେଆଇନ
ଭଦ୍ରକ ଇରମ୍ ପାକ୍ସ ସମ୍ପାଦକ ନିଲମ୍ବିତ


ଭୁବନେଶ୍ୱର: ୨୩ ସେପ୍ଟେମ୍ବର (ହି.ସ.) ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ ସମିତିକୁ ସେ ବେଆଇନ ଭାବରେ ସାର ପରିବହନ କରୁଥିଲେ ।

ସୂଚନାଯୋଗ୍ୟ, ବାସୁଦେବପୁର କୃଷି ସମବାୟ ସମିତିର ଲାଇସେନସ୍ ବା ସରକାରୀ ଅନୁମତି ପତ୍ର ନାହିଁ । ଲାଇସେନସ୍ ନଥିବା ଏକ ପାକ୍ସକୁ ବିନା ଅନୁମତିରେ ପରିବହନ କରୁଥିବା ସମୟରେ ସେ ଧରା ପଡ଼ିଥିଲେ । ସାର ଅନିୟମିତତାରେ ଲିପ୍ତ ରହିଲେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ମଙ୍ଗଳ ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି । ସୁଲଭ ଦରରେ ସାର ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ସାର କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟ ଟିମ୍ ସମଗ୍ର ରାଜ୍ୟରେ ଚଢ଼ଉ ଜାରି ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande