ରେଳ ଷ୍ଟେସନରୁ ବାଇକ ଚୋରି
ରେଳ ଷ୍ଟେସନରୁ ବାଇକ ଚୋରି
ରେଳ ଷ୍ଟେସନରୁ ବାଇକ ଚୋରି


ବାରିପଦା, ୨୩ ସେପ୍ଟେମ୍ବର (ହି.ସ.)- ବାରିପଦା ଷ୍ଟେସନ ବଜାର ସ୍ଥିତ ରେଳ ଷ୍ଟେସନରୁ ବାଇକ ଚୋରି ହୋଇଛି। ଏନେଇ ଝାରଖଣ୍ଡ ରାଜ୍ୟ ଡୁମୁରିଆ ଅଞ୍ଚଳର ମୋହନ ସୋରେନ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଷ୍ଟେସନ ସମ୍ମୁଖରେ ବାଇକ ପାର୍କିଂ କରି ଯାଇଥିଲେ। ତେବେ ଫେରି ଦେଖିବା ବେଳକୁ ବାଇକ ନଥିଲା। ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ନପାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande