ସ୍ୱଚ୍ଛ ଉତ୍ସବ ପାଇଁ ବିଏମ୍ ସିର ଭିନ୍ନ ପ୍ରୟାସ ସ୍ୱଚ୍ଛସାଥି ଦେଲେ ଗ୍ରୀନ୍ ଓ ରେଡ୍ ଟୋକେନ
Bhubaneswar, 23 ସେପ୍ଟେମ୍ବର (ହି.ସ.) • ପୃଥକୀକୃତ ବର୍ଜ୍ୟ ଦେଉଥିବା ପରିବାରଙ୍କୁ ଗ୍ରୀନ ବା ସବୁଜ ଟୋକେନ • ପୃଥକୀକରଣ ପାଇଁ ପ୍ରୟାସ କରୁଥିବା ପରିବାରକୁ ରେଡ୍ ଟୋକେନ ଦେଇ ଏଥିରେ ଉନ୍ନତି ଆଣିବାକୁ ଅନୁରୋଧ ଜଣାଇଲା ବି ଏମ୍ ସି ସ୍ୱଚ୍ଛତା ପକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଭ
ସ୍ୱଚ୍ଛ ଉତ୍ସବ ପାଇଁ ବିଏମ୍ ସିର ଭିନ୍ନ ପ୍ରୟାସ ସ୍ୱଚ୍ଛସାଥି ଦେଲେ ଗ୍ରୀନ୍ ଓ ରେଡ୍ ଟୋକେନ


Bhubaneswar, 23 ସେପ୍ଟେମ୍ବର (ହି.ସ.)

• ପୃଥକୀକୃତ ବର୍ଜ୍ୟ ଦେଉଥିବା ପରିବାରଙ୍କୁ ଗ୍ରୀନ ବା ସବୁଜ ଟୋକେନ

• ପୃଥକୀକରଣ ପାଇଁ ପ୍ରୟାସ କରୁଥିବା ପରିବାରକୁ ରେଡ୍ ଟୋକେନ ଦେଇ ଏଥିରେ ଉନ୍ନତି ଆଣିବାକୁ ଅନୁରୋଧ ଜଣାଇଲା ବି ଏମ୍ ସି

ସ୍ୱଚ୍ଛତା ପକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଭିନ୍ନ ପ୍ରୟାସ l ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଧିନରେ ଏବେ ବିଏମ୍ ସି ପକ୍ଷରୁ ଜାରି ରହିଛି ‘ସ୍ୱଚ୍ଛ ଉତ୍ସବ’ । ଘରୋଇ ବର୍ଜ୍ୟର ପୃଥକୀକରଣରେ ଉନ୍ନତି ଆଣିବା ଏବଂ ପୃଥକୀକରଣକୁ ମାନି ନିୟମିତ ଓଦା ଶୁଖିଲା ବର୍ଜ୍ୟକୁ ପୃଥକ ଭାବେ ଦେଉଥିବା ପରିବାରଙ୍କୁ ପ୍ରଶଂସା କରିବା ସହିତ ଅନ୍ୟମାନେ ବର୍ଜ୍ୟ ପୃଥକ କରି ଦେବା ପାଇଁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ l

ଯେଉଁମାନେ ଓଦା, ଶୁଖିଲା ସଠିକ ଭାବେ ପୃଥକ କରି ଦେଉଛନ୍ତି ସେମାନଙ୍କୁ ଗ୍ରୀନ୍ ବା ସବୁଜ ଟୋକେନ୍ ଏବଂ ଯେଉଁମାନେ ସେହି ସ୍ତରରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି, ସେମାନଙ୍କୁ ରେଡ୍ ଟୋକେନ୍ ଦିଆଯାଉଛି । ଗ୍ରୀନ ଟୋକେନ୍ ଅର୍ଥ ଭଲ ଏବଂ ରେଡ୍ ଟୋକେନ୍ ଅର୍ଥ ବର୍ଜ୍ୟ ପୃଥକୀକରଣ କରିଦେବାରେ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି । ସ୍ୱଚ୍ଛ ସାଥୀମାନେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ଯେଉଁମାନେ ଶତ ପ୍ରତିଶତ ବର୍ଜ୍ୟ ପୃଥକ କରି ଦେଉଛନ୍ତି, ସେମାନଙ୍କୁ ଗ୍ରୀନ୍ ଟୋକେନ୍ ଏବଂ ଯେଉଁମାନେ ଶତପ୍ରତିଶତ ପୃଥକ କରି ଦେବାକୁ ଉଦ୍ୟମ ଜାରି ରଖିଛନ୍ତି, ସେମାନଙ୍କୁ ରେଡ୍ ଟୋକେନ ଦେଉଛନ୍ତି ।

ତେବେ ଏହି ଭିନ୍ନ ପ୍ରାୟସରେ ବୃହତର ଗୋଷ୍ଠୀ ସହଭାଗୀତା ପାଇଁ କର୍ପୋରେଟରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଓ୍ୱାର୍ଡ ସ୍ତରରେ ଏହି ବାର୍ତ୍ତା ପ୍ରତି ଘରେ ପହଞ୍ଚାଇବା ପାଇଁ କର୍ପୋରେଟରଙ୍କ ସହଯୋଗ କାମନା କରିଥିଲେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧିନରେ ପାଳିତ ହେଉଥିବା ସ୍ୱଚ୍ଛତା ପକ୍ଷରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଓ୍ୱାର୍ଡସ୍ତରରେ ଗଣସଫେଇ, ସୌନ୍ଦର୍ଯ୍ୟକରଣ ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ବ୍ୟତୀତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ମଚାରୀ ତଥା ଜନ ସାଧାରଣଙ୍କୁ ପୋଷ୍ଟର, ବ୍ୟାନର, ଷ୍ଟାଣ୍ଡି ମାଧ୍ୟରେ ସଚେତନ କରାଯାଉଛି । ଗଣମାଧ୍ୟମରେ ପ୍ରଚାର ପ୍ରସାର ସହ ସ୍ୱଚ୍ଛସାଥୀମାନେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି ।

ସ୍ୱଚ୍ଛତା ଏବଂ ସବୁଜିମା ରକ୍ଷା ପାଇଁ ଭୁବନେଶ୍ୱରରେ ହେଉଥିବା ଉଦ୍ୟମର ସହଭାଗିତା ପାଇଁ ଅନୁରୋଧ କରିଛନ୍ତି କମିଶନର ଶ୍ରୀ ଚଞ୍ଚଳ ରାଣା । ଆମ ସହରର ବାସୋପଯୋଗିତା ବିଶ୍ୱସ୍ତରରେ ପ୍ରଶଂସନୀୟ ହେଉଥିବା ବେଳେ ସ୍ୱଚ୍ଛତା ଓ ସବୁଜିମା ପାଇଁ ଗୋଷ୍ଠୀ ସହଯୋଗ ଏହାର ମୂଲ୍ୟବୋଧ ବଢାଇବା ପାଇଁ ଅନୁରୋଧ କରିଛନ୍ତି କମିଶନର ।

ଗତ ବର୍ଷ ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ ସମଗ୍ର ଦେଶରେ 9ମ ସ୍ଥାନରେ ରହିଛି । ଚଳିତ ବର୍ଷ ଯେପରି 1 ନମ୍ବର ସ୍ଥାନରେ ରହିବ, ସେଥିପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ବିଏମ୍ ସି ପକ୍ଷରୁ ନୂଆ ନୂଆ ପଦ୍ଧତି ପ୍ରୟୋଗ କରାଯାଉଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଉଛି । ସର୍ବସାଧାରଣ ସ୍ଥାନରେ ପୋଷ୍ଟର ବ୍ୟାନର ଜରିଆରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି । ବିଏମ୍ ସି ଅଂଚଳରେ ବସବାସ କରୁଥିବା ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ, ବିଭିନ୍ନ ଆବାସିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ, ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟକ୍ତି ବିଶେଷ, ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ବିଏମ୍ ସି କର୍ତ୍ତୃପକ୍ଷ । ଆସନ୍ତୁ , ସମସ୍ତେ ମିଳିମିଶି ଆମ ପରିବେଶ, ଆମ ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢି ତୋଳିବା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande