ଧାମନଗର ବ୍ଲକ ଅଫିସ ସମ୍ମୁଖରେ କମ୍ୟୁନିଟ ସପୋର୍ଟ ଷ୍ଟାଫଙ୍କ ଧାରଣା
ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ମିଶନ ଶକ୍ତି ବିଭାଗର ୩୦ ଗୋଟି ପଂଚାୟତରେ ଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କର୍ମଚାରୀ ମଙ୍ଗଳବାର ଠାରୁ ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି। ସେମାନଙ୍କର ଇନସେନଟିଭ ଦରମା ପରିବର୍ତେ ସ୍ଥାୟୀ ଦରମା ଦେବା ଏବଂ ଦୀର୍ଘ ୬ ମାସ ଧରି ଉକ୍ତ ଦ
DHAMNAGAR SUPPORT STAFF DHARANA


ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ମିଶନ ଶକ୍ତି ବିଭାଗର ୩୦ ଗୋଟି ପଂଚାୟତରେ ଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କର୍ମଚାରୀ ମଙ୍ଗଳବାର ଠାରୁ ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି। ସେମାନଙ୍କର ଇନସେନଟିଭ ଦରମା ପରିବର୍ତେ ସ୍ଥାୟୀ ଦରମା ଦେବା ଏବଂ ଦୀର୍ଘ ୬ ମାସ ଧରି ଉକ୍ତ ଦରମା ନପାଇବା ଦାବି ନେଇ ଏହି ଧାରଣା ରେ ବସିଛନ୍ତି। ଧାମନଗର ଜି.ପି.ଏଲ.ଏଫ ପକ୍ଷରୁ ସି.ଆର.ପି, ବ୍ୟାଙ୍କ ମିତ୍ର ଓ ଏମ.ବି.କେ ଦୀର୍ଘବର୍ଷ ଧରି ବିଭିନ୍ନ ପଂଚାୟତ କାର୍ଯ୍ୟକରି ଆସୁଛନ୍ତି । ଯାହାକି ପଂଚାୟତ ସ୍ତରରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ଆର୍ôଥକ କାରବାର ସହ ବିଭିନ୍ନ ବ୍ୟାଙ୍କରେ ମଧ୍ୟ ନିଯୁକ୍ତ ପାଇ ବିଭିନ୍ନ କାର୍ଯ୍ୟ ସି.ଆର.ପି ୬ ହଜାର ୧ ଶହ ଏବଂ ଏମ.ବି.କେ ଓ ବ୍ୟାଙ୍କ ମିତ୍ର ଙ୍କୁ ୧୦ ହଜାର ୭୫୦ ଟଙ୍କା କରି ଦରମା ପାଉଥିଲେ। କିନ୍ତୁ ମିଶନ ଶକ୍ତିବିଭାଗ ଏବେ ଏହି ନିୟମ କୁ ପରିବର୍ତନ କରିଦେଇଛନ୍ତ। ତେବେ ରାଜ୍ୟ ସଂଘ ନିଷ୍ପତି ଅନୁଯାଇ। ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ସହ ଗଣଧାରଣା ଜାରିରହିବ ବୋଲି ବ୍ଲକ ସଂଘର ସଭାନେତ୍ରୀ ଅନିମା ନାୟକ ସମ୍ପାଦିକା ସସ୍ମିତା ତ୍ରିପାଠୀ, ପୂଜା ରାଣୀ ମହାଳିକ,, ବୈଳବାଳା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ପଣ୍ଡା, ସସ୍ମିତା ସାହୁ, ମାନସୀ ବେହେରା, ପ୍ରିୟଙ୍କା ମହାନ୍ତି, ସବିତା ସାହୁ, ପ୍ରିୟଙ୍କା ମହାନ୍ତି, ଗୀତାଞ୍ଜଳି ବେହେରା , କଳ୍ପନା ମଞ୍ଜରୀ ଦାସ, ଝରଣା ପତି, ଛଇଳା ସ୍ୱାଇଁ, ଅହଲ୍ୟା ଜେନା,କଳ୍ପନା ମଲିକ, କଳ୍ପନା ଦାସ, ସୁମିତ୍ରା ପଣ୍ଡା,ମଧୁସ୍ମିତା ପୃଷ୍ଟି କହିଛନ୍ତି। ଦିନ ୧୦ ଟା ଠାରୁ ସନ୍ଧ୍ୟା ୫ ଟା ଯାଏ ଏହି ଧାରଣା ଜାରି ରହିଥିଲା । ଦାବି ପୁରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ସଭାପତି ଓ ସମ୍ପାଦିକା ସୁଚନା ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande