ବାରିପଦା, ୨୩ ସେପ୍ଟେମ୍ବର (ହି.ସ.)- ବାରିପଦା ପୌର ପରିଷଦ ଉପକଣ୍ଠ ବିର୍ସାମୁଣ୍ଡା ଛକ ଠାରେ ଅଚଳ ହୋଇ ପଡିଥିବା ବଡ ଷ୍ଟ୍ରିଟ ଲାଇଟ ଗୁଡ଼ିକ ମରାମତି ପାଇଁ ଦାବି ହୋଇଛି। ଏନେଇ ଭଞ୍ଜସେନା ପକ୍ଷରୁ ରୁରାଲ୍ ଇଲେକ୍ଟ୍ରିକାଲ୍ ସବଡିଭିଜନ୍ ଏସଡିଓ ଇଂ. ସତ୍ୟବ୍ରତ ସେଠିଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି। ବିଗତ ୬ ମାସ ହେଲାଣି ଏହା ଅକାମି ହୋଇଯାଇଛି। ଯାହା ଫଳରେ ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀ ଓ ଜନସାଧାରଣ ଅନ୍ଧାର ଦ୍ୱାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳଟି ଜନଗହଳି ପୂର୍ଣ୍ଣ ରହୁଥିବାରୁ ଏବଂ ଉଦଳା ଓ ଲୁଲୁଙ୍ଗ ରୋଡକୁ ସଂଯୋଗ କରୁଥିବା ହେତୁ ତୁରନ୍ତ ଏହି ଲାଇଟର କାର୍ଯ୍ୟକ୍ଷମ ଆବଶ୍ୟକତା ରହିଛି। ତୁରନ୍ତ କାର୍ଯ୍ୟକ୍ଷମ କଲେ ଜନସାଧାରଣ ଉପକୃତ ହେବେ।
ଦାବିପତ୍ର ପ୍ରଦାନ ସମୟରେ ଶୁଭମ୍ ସିଂ, ଜିତୁ ସିଂ, ଦୀପକ୍ ବେହେରା, ପଙ୍କଜ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ