ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଆଦେଶ ସଂଖ୍ୟା ୧୯୩୮ ତା ୨୩.୦୯.୨୫ ରିଖ ମୂଳେ ସମ୍ପାଦକ, ଇରମ ପାକ୍ସ ରଶ୍ମି ରଞ୍ଜନ କବାଟ ଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଏଚଆର ପଲିସି ଅଫ୍ ପାକ୍ସ ଷ୍ଟାଫ୍, ୨୦୧୧ ର କ୍ଲଜ୍ ୨୧(ଏ) ଅନୁଯାୟୀ କରାଯାଇଅଛି । ସମ୍ପୃକ୍ତ ସମ୍ପାଦକ ବେଆଇନ୍ ଭାବରେ ସାର ଚାଲାଣ କରୁଥିବା ସମୟ ରେ ମ୍ୟାନେଜିଂ କମିଟି ର ସଦସ୍ୟ ମାନେ ଧରିଥିଲେ। ତହସିଲଦାର, ବାସୁଦେବପୁର ଓ ସହାୟକ କୃଷି ଅଧିକାରୀ ଙ୍କ ର ମିଳିତ ତଦନ୍ତ ରିପୋର୍ଟ କୁ ଭିତି କରି ଜିଲ୍ଲାପାଳ ସଂପୃକ୍ତ ସମ୍ପାଦକ ଙ୍କୁ ନିଲମ୍ବନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ