ଛେଳି ଚୋରକୁ ଧରିଲେ ଗ୍ରାମବାସୀ, ସମ୍ପୃକ୍ତ ଅଚଂଳରୁ ୨୦ ରୁ ଅଧିକ ଛେଳି ଚୋରି
ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - କେନାଲ ହୁଡାରେ ଛେଳି ଚରୁଥିବା ବେଳେ ତାକୁ ଚୋରି କରି ନେଉଥିବାର ଉଦ୍ୟତ ବେଳେ ଧରିଥିଲେ ଗ୍ରାମବାସୀ । ଚୋରକୁ ଧରି ଉତମ ମଧ୍ୟମ ଦେବା ପରେ ସବୁ ସତ ମାନିଥିଲା ଛେଳି ଚୋର । ଏହି ଘଟଣା ଦେଖିବାକୁ ମିଳିଛି ବନ୍ତ ବ୍ଲକ୍ ଆଗରପଡା ଥାନା ଅଧିନ ପୁରୁଷଣ୍ଢ କେନାଲ ହୁଡାରେ । ଦ
GOAT CHORA ABHIJUKTA PHOTO (2)


ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - କେନାଲ ହୁଡାରେ ଛେଳି ଚରୁଥିବା ବେଳେ ତାକୁ ଚୋରି କରି ନେଉଥିବାର ଉଦ୍ୟତ ବେଳେ ଧରିଥିଲେ ଗ୍ରାମବାସୀ । ଚୋରକୁ ଧରି ଉତମ ମଧ୍ୟମ ଦେବା ପରେ ସବୁ ସତ ମାନିଥିଲା ଛେଳି ଚୋର । ଏହି ଘଟଣା ଦେଖିବାକୁ ମିଳିଛି ବନ୍ତ ବ୍ଲକ୍ ଆଗରପଡା ଥାନା ଅଧିନ ପୁରୁଷଣ୍ଢ କେନାଲ ହୁଡାରେ । ଦୁଇଟି ଛେଳି ଚରୁଥିବା ବେଳେ ଜଣେ ଯୁବକ କୌଶଳ କ୍ରମେ ଛେଳି ଦୁଇଟିକୁ ଧରି ବସ୍ତାରେ ପୁରାଇ ନେବାକୁ ଉଦ୍ୟତ ହେଉଥିଲେ । ଅନତି ଦୂରରେ ବିଲରେ ଚାଷ କାର୍ଯ୍ୟ କରୁଥିବା କିଛି ଲୋକ ଏହାକୁ ଦେଖି ତୁରନ୍ତ ଘଟଣା ସ୍ଥଳରେ ପହଚିଂ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ଯୁବକ ଜଣକ ଆଜାରୁଦ୍ଦିନ୍ ଖାଁ ସ୍ଥାନୀୟ ଘଟଂଗଢିଆ ଗ୍ରାମର ବୋଲି ସେ ମାନିଥିଲା । ପରେ ତାକୁ ପଚାରିବାରୁ ଆଗରପଡା ବାଙ୍କା ବଜାରରେ ମଟନ ଦୋକାନୀ କରିଥିବା ଘଟଂଗଢିଆ ଗ୍ରାମର ରୋଶନ ଖାଁ, ପୁରୁଷଣ୍ଢର ଶଙ୍କୁର ଖାଁ, ଭଦ୍ରକର ଅଜୁ ଖାଁ ଓ ବିଜୁ ଖାଁ ଙ୍କୁ ନିୟମିତ ଛେଳି ଚୋରି କରି ବିକ୍ରୀ କରିଥିବାର ସେ ସ୍ୱୀକାର କରିଥିଲା । ଏ ନେଇ ଚୋରି ଛେଳିର ମାଲିକ ପୁରୁଷଣ୍ଢ ଗ୍ରାମର ଅଭିଷେକ ସାହୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶଯେ ଏଥି ପୂର୍ବରୁ ସମ୍ପୃକ୍ତ ଅଚଂଳରେ ୨୦ ରୁ ଅଧିକ ଛେଳି ଚୋରି ହେଇଥିବାର ଜଣାଯାଇଛି । ପୁରୁଷଣ୍ଢ ଗ୍ରାମର ଦେବାଶିଷ ଦାସଙ୍କର ୩ଟି ଛେଳି , ଅଭିଶେକ ସାହୁଙ୍କର ୯ ଟି, ରାଜେଶ କୁମାର ଜେନାଙ୍କର ୨ ଗୋଟି, ଲକ୍ଷ୍ମୀ ସାହୁଙ୍କର ୨ ଟି, ସୁବୁଦ୍ଧି ପୁହାଣଙ୍କ ୩ ଟି, କୁମୁଦ ବାରିକଙ୍କ ର ୨ ଟି ଛେଳି ଚୋରି ହୋଇଥିବାର ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande