ବଲାଙ୍ଗୀର,୨୩ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗୀରର ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗକୁ କର୍ମକର୍ତା ନିର୍ବାଚନ (୨୦୨୫-୨୮) ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଲୋଟସ ଷଡଙ୍ଗୀ ଓ ସଂପାଦକ ଭାବେ ମନମୋହନ ରଥ ପୁନଃ ନିର୍ବାଚିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ଅଶୋକ ମେହେର ଓ ସାଂଗଠନିକ ସଂପାଦକ ଭାବେ ଶ୍ରୀମନ୍ତ ପଣ୍ଡା ମନୋନିତ ହୋଇଥିଲେ। ଜିଲ୍ଲାର ବିଭିନ୍ନ ଜୋନରୁ କାର୍ଯ୍ୟକାରିଣୀ ସମିତି ସଭ୍ୟ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ସଂଘ ସଭାପତି ଲୋଟସ ଷଡଙ୍ଗି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଂସଦ ସଂଗିତା କୁମାରୀ ସିଂଦେଓ ଉଦ୍?ବୋଧନ ଦେଇଥିଲେ। ଓ ଟିଭି ପଶ୍ଚିମ ଓଡିଶା ବ୍ୟୁରୋ ଚିପ୍ ମନୋରଂଜନ ଯୋଷୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଔଷଧ ନିରୀକ୍ଷକ ଉମାଶଙ୍କର ମେହେର ଓ ଅଙ୍କୁଶ ଅଗ୍ରୱାଲ ଔଷଧ ନିୟମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ସଭାପତି ପି. ସତ୍ୟନାରାୟଣ, ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର, ସାଂଗଠନିକ ସାଂପାଦକ ଦିପକ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁସିଡିଏ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଜୟନ୍ତ ଦିକ୍ଷିତ ଓ ଜୟପ୍ରକାଶ ତ୍ରିପାଠି ନିର୍ବାଚନ ପରିଚାଳନା କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ଲଳିତ ଚୈାଧୁରି, କମଳ ଚକ୍ରବର୍ତି ଓ ସଂଜୟ ଚୌଧୁରୀ ଦାୟିତ୍ୱ ତୁଳାଇ ଥିଲେ। ଉକ୍ତ ବୈଠକରେ ନୈନା ଅଗ୍ରୱାଲ, ରନିତା ମେହେର ଓ ରାମଚନ୍ଦ୍ର ପୁରୋହିତଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ବୈଠକରେ ବରଗଡ, ସମ୍ବଲପୁର, ଝାରସୁଗୁଡା ତଥା ବଲାଙ୍ଗିର ଜିଲ୍ଲା ରୁ ପ୍ରାୟ ୧୫୦ ଜଣ ସଭ୍ୟ ଯୋଗଦାନ କରିଥିଲେ। ସଂଜିବ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତରୁଣ ମିଶ୍ର ଓ ମନମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ