ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ଓ ସମ୍ବଲପୁର ମହାନଗର ନିଗମର ମିଳିତ ସଫେଇ କାର୍ଯ୍ୟକ୍ରମ
ସମ୍ବଲପୁର, ୨୩ ସେପ୍ଟେମ୍ବର (ହି.ସ.) - ନିକଟରେ ଆଗାମୀ ଶାରଦୀୟ ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା କମିଟି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ଦଶହରା ପର୍ବ ରେ ସ୍ୱଚ୍ଛତା ଧ୍ୟାଓ ନିରାପତା ପ୍ରତି ବିଶେଷ ଧ୍ୟାନ
ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ଓ ସମ୍ବଲପୁର ମହାନଗର ନିଗମର ମିଳିତ ସଫେଇ କାର୍ଯ୍ୟକ୍ରମ


ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ଓ ସମ୍ବଲପୁର ମହାନଗର ନିଗମର ମିଳିତ ସଫେଇ କାର୍ଯ୍ୟକ୍ରମ


ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ଓ ସମ୍ବଲପୁର ମହାନଗର ନିଗମର ମିଳିତ ସଫେଇ କାର୍ଯ୍ୟକ୍ରମ


ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ଓ ସମ୍ବଲପୁର ମହାନଗର ନିଗମର ମିଳିତ ସଫେଇ କାର୍ଯ୍ୟକ୍ରମ


ସମ୍ବଲପୁର, ୨୩ ସେପ୍ଟେମ୍ବର (ହି.ସ.) - ନିକଟରେ ଆଗାମୀ ଶାରଦୀୟ ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା କମିଟି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ଦଶହରା ପର୍ବ ରେ ସ୍ୱଚ୍ଛତା ଧ୍ୟାଓ ନିରାପତା ପ୍ରତି ବିଶେଷ ଧ୍ୟାନ ଦେବାକୁ ସମସ୍ତ ପୂଜା କମିଟି ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଥିଲା ।

ସେହି ବିଷୟରେ ମହାନଗର ନିଗମର ଆୟୁକ୍ତ ରେହାନ କ୍ଷେତ୍ରୀ ସହରର ବିଭିନ୍ନ ପୂଜା କମିଟି ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ବିଭିନ୍ନ ଅଂଚଳକୁ ଗସ୍ତ କରି ଅବ୍ୟବସ୍ଥା ପରଖି ଥିଲେ । ଏହି ପ୍ରରିପେକ୍ଷୀରେ ଗୋବିନ୍ଦତୋଳା ବ୍ରିଜ ଠାରୁ ଗୋବିନ୍ଦତୋଲା ଛକ, ବିଶେଷ ଭାବରେ ଗୋବିନ୍ଦତୋଳା ପରିବା ବଜାରରେ ବ୍ୟାପକ ସଫେଇ କରାଯାଇଥିଲା । ଏହି ଗଣ ସଫେଇ କାର୍ଯ୍ୟକ୍ରମରେ ମହାନଗର ନିଗମର ଆୟୁକ୍ତ ଶ୍ରୀ କ୍ଷେତ୍ରୀ ମଧ୍ୟ ସାମିଲ ହୋଇଥିଲେ । ତାଙ୍କ ସହ ମହାନଗର ନିଗମର ଏନଫୋର୍ସମେଂଟ ଅଧିକାରୀ ସୁଶାନ୍ତ ସାହୁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ସାମୁହିକ ସଫେଇ କାର୍ଯ୍ୟରେ ଗୋବିନ୍ଦ ତୋଳା ଦୁର୍ଗାପୂଜା କମିଟିର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଅଜୟ ସାହୁ, ଦୀପକ ପଣ୍ଡା, ସଞ୍ଜୟ ସାହୁ, ଶ୍ରୀକାନ୍ତ ପଣ୍ଡା, ସନ୍ତୋଷ ବେରିହା ଓ ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande