ଜୟପୁର, ୨୩ ସେପ୍ଟେମ୍ବର (ହି.ସ.) - ରାଜ୍ୟ ମିଶନ ଶକ୍ତି ଆଲ ଓଡିଶା ଗ୍ରାମ ପଂଚାୟତ ସ୍ତରୀୟ କର୍ମଚାରୀ ସଙ୍ଘର ନିର୍ଦେଶ କ୍ରମେ ବୋରିଗୁମ୍ମା ବ୍ଲକ ଗ୍ରାମ ପଂଚାୟତ ସ୍ତରୀୟ କର୍ମଚାରୀ ସଙ୍ଘ ସଭାପତି ଭି. ପଦ୍ମିନୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ଦ୍ୱିତୀୟ ଦିନରେ ସ୍ଥାନୀୟ ଏନଏଚ ଡାକ ବଙ୍ଗଳା ଠାରୁ ଏକ ବିରାଟ ସଭା ଯାତ୍ରା ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପହଂଚି ସ୍ଥାନୀୟ ଏବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କଲେ। ମୁଖ୍ୟ ଦାବି ଗୁଡିକ ହେଲା ୬ ମାସର ବକେୟା ଦରମା ପ୍ରଦାନ, କାର୍ଯ୍ୟ ଅନୁଯାଇ ବୋନସ ପରିବର୍ତେ ସ୍ଥାୟୀ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, କର୍ମୀଙ୍କ ନିଜ ଖାତାରେ ସିଧାସଳଖ ଜମା କରାଯାଉ, ରାଜସ୍ୱ ଗ୍ରାମ ଅନୁଯାଇ ପ୍ରୋତ୍ସାହନ ରାଶି ପ୍ରଦାନ ବନ୍ଦ କରାଯାଉ, ପାଂଚ ଦଫା ଦାବି ପୂରଣ ନିମନ୍ତେ ଏମବିକେ, ବ୍ୟାଙ୍କ ମିତ୍ର, ସିଆରପିସିଏମ, କୃଷି ମିତ୍ର ଓ ପ୍ରାଣ ମିତ୍ରମାନେ ସ୍ଥାନୀୟ ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସ୍ଥଳରେ ବସିଥିବା ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି