ଜୟପୁର, ୨୩ ସେପ୍ଟେମ୍ବର (ହି.ସ.) - ଜୟପୁର ଦଶହରା ମହୋତ୍ସବ କମିଟି ପକ୍ଷରୁ ଜୟପୁର ଦଶହରାକୁ ରଙ୍ଗିନ କରିବା ନିମନ୍ତେ ସହରରେ ଆଲୋକ ମାଳାରେ ସୁ ସଜ୍ଜିତ କରାଯାଇଛି। ପଂଚମୀ ଠାରୁ ଅର୍ଥାତ ଶନିବାର ଠାରୁ ବିଭିନ୍ନ ସାପ୍ସସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାର ରହିଛି। ୨୭ ତାରିଖ ଶନିବାର ଦିନ ସୌରାସାହି ଛକ ମୁଖ୍ୟ ରାସ୍ତାରେ କଟକ ମେଲୋଡି ଅର୍କେଷ୍ଟ୍ରା ଓଲିଉଡ ପ୍ଲେବେକ ସିଙ୍ଗର ଅନ୍ତରା ଚକ୍ରବର୍ତୀ ଏବଂ ତାଙ୍କ ଦଳ, ୨୮ ତାରିଖ ରବିବାର ଦିନ କଟକର ଓଲିଉଡ ପ୍ଲେବେକ ସିଙ୍ଗର ମେଲୋଡି ଅର୍କେଷ୍ଟ୍ରା କ୍ୱିନ ଦିପ୍ତୀରେଖା ଓ ତାଙ୍କ ସାଥୀ, ୨୯ ତାରିଖ ସୋମବାର ଦିନ କଟକର ମେଲୋଡି ଅର୍କେଷ୍ଟ୍ରା ଓଲିଉଡ ପ୍ଲେବେକ ସିଙ୍ଗର ସ୍ୱୟମ ପାଢୀ ଓ ତାଙ୍କ ଦଳ, ୩୦ ତାରିଖ ମଙ୍ଗଳବାର ଦିନ ଜୟପୁର ସ୍ୱରଘୁଙ୍ଗୁରର ସ୍ଥାନୀୟ କଳାକାର, ଏବପ୍ସ ୧ ତାରିଖ ବୁଧବାର ଦିନ ମୁମ୍ବାଇର କଳାକାର ତଥା ଇଣ୍ଡିଆନ ଆଇଡଲ ୧୫ର ବିଜେତା ବଲିଉଡ ପ୍ଲେବେକ ସିଙ୍ଗର ମିସ ମାନସୀ ଘୋଷ ଓ ନକଲି ଅମିତାଭ ବଚ୍ଚନ ଶଶିକାନ୍ତ ପେଡ୍ୱାଲଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଦଶହରା ଦିନ ଅର୍ଥାତ ୨ ତାରିଖ ଗୁରୁବାର ଦିନ ଦଶହରା ପଡିଆ ଠାରେ ଲାଠିଧାରୀଙ୍କୁ ସମ୍ମାନୀତ କରିବା ସହ ରାବଣପୋଡିର କାର୍ଯ୍ୟକ୍ରମ ରହିଛି। ଦଶହରା ଦିନ ରାତି ଭଗବତୀ ମନ୍ଦିରରୁ ଏକ ପଟୁଆରରେ ଦୁରୁଆ, କୋୟା, ଦୁର୍ଗାଦେବୀ ବୋମୁଲୁ ନୃତ୍ୟରେ ମାଙ୍କ ପଟୁଆର ବାହାରିବା ପରେ ଦଶହରା ପଡିଆରେ ଅପରାଜିତା ପୂଜା କରାଯିବ। ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ସହରର ମୁଖ୍ୟ ରାସ୍ତାରେ ଆଲୋକସଜ୍ଜା କାର୍ଯ୍ୟ ସମାପ୍ତ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି