ଜେଲ୍ ରୋଡ଼ ହେବ ନୋ ପାର୍କି ଜୋନ
କେନ୍ଦୁଝର, ୨୩ ସେପ୍ଟେମ୍ବର(ହି.ସ.) – ଜେଲ ରୋଡ଼ ଅଂଚଳରେ ବେନିୟମ ଗାଡ଼ି ପାକିଂ କଲେ ପଡ଼ିବ ବଡ଼ ଧରଣର ଜୋରିମାନା। କେନ୍ଦୁଝର ସହରର ଏକ ଭିଡ଼ ଭାଡ଼ ଅଂଚଳ ହେଇଛି ଚର୍ଚ୍ଚ ଛକ। ଏହି ଛକଟି ସହରର ବିଭିନ୍ନ ସ୍ଥାନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଯୋଡ଼ିଥାଏ ଆଉ ଚର୍ଚ୍ଚ ଛକରୁ ଜେଲ ରୋଡ଼(ଧରଣୀ ଭୂୟାଁ) ଛକ ଭିତରେ
ଜେଲ୍ ରୋଡ଼ ହେବ ନୋ ପାର୍କି ଜୋନ


କେନ୍ଦୁଝର, ୨୩ ସେପ୍ଟେମ୍ବର(ହି.ସ.) – ଜେଲ ରୋଡ଼ ଅଂଚଳରେ ବେନିୟମ ଗାଡ଼ି ପାକିଂ କଲେ ପଡ଼ିବ ବଡ଼ ଧରଣର ଜୋରିମାନା। କେନ୍ଦୁଝର ସହରର ଏକ ଭିଡ଼ ଭାଡ଼ ଅଂଚଳ ହେଇଛି ଚର୍ଚ୍ଚ ଛକ। ଏହି ଛକଟି ସହରର ବିଭିନ୍ନ ସ୍ଥାନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଯୋଡ଼ିଥାଏ ଆଉ ଚର୍ଚ୍ଚ ଛକରୁ ଜେଲ ରୋଡ଼(ଧରଣୀ ଭୂୟାଁ) ଛକ ଭିତରେ ବହୁ ପ୍ରମୁଖ ଅନୁଷ୍ଠାନ ମଧ୍ୟ ପଡ଼ିଥାଏ। ଜିଲ୍ଲା ମୁଖ୍ୟ କାରାଗାର, ରିଜର୍ଭ ପୋଲିସ କାର୍ଯ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝର ଷ୍ଟାଡିୟମ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏସଡିପିଓ କାର୍ଯ୍ୟାଳୟ, ଦୁଇଟି ପ୍ରାଇଭେଟ ହସ୍ପିଟାଲ ରହିଛି ଏହି ରାସ୍ତା ପାର୍ଶ୍ୱରେ। ଦିନ ତମାମ ନାହିଁ ନଥିବା ଭିଡ଼ ଏହି ରାସ୍ତାରେ ଆଉ ପରିବା କ୍ରେତାଙ୍କ ପାଇଁ ଭିଡ଼ ଦ୍ୱିଗୁଣିତ ହେଇଯାଏ। ସହରର ବିଭିନ୍ନ ଆଡୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଆମ୍ବୁଲାନ୍ସ ଏହି ରାସ୍ତା ଦେଇକି ଯାତାୟାତ କରିଥାଏ ଆଉ ରାସ୍ତା ଉପରେ ବେନିୟମ ପାକିଂ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଏମାନଙ୍କୁ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍‌ଯ ଅସୁରକ୍ଷିତ ହୋଇଯାଇଛି ଏହି ରାସ୍ତାଟି। ଏହି ସବୁ ଅସୁବିଧାକୁ ନଜର କରି ପୂର୍ବ ବିଭାଗ ଅଧୀନରେ ଥ?ିବା ରାସ୍ତା ପାର୍ଶ୍ୱ ନୋ-ପାର୍କି ଜୋନ୍ କରିବାକୁ ନିଷ୍ପତି ନିଆଯାଇଛି । କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧୂକାରୀ ଲଳିତ କୁମାର ନାୟକ ଏହି ଜନଗହଳିପୂର୍ଣ୍ଣ ରାସ୍ତାକୁ ନୋ-ପାକିଂ ଜୋନ୍ ଘୋଷଣା କରିବା ପାଇଁ ଆର୍‌ଟିଓଙ୍କୁ ଚିଠି କରିବେ ବୋଲି ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande