ମହାକାଳପଡା ତହସିଲଦାର ଗିରଫ : ୨୦ ହଜାର ଟଙ୍କା ଲାଂଚ ନେଉଥିଲେ
କେନ୍ଦ୍ରାପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ମହାକାଳପଡା ତହସିଲଦାର ଶିବ ପ୍ରସାଦ ମଲ୍ଲିକ ଆଜି ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଏକ ଜବରଦଖଲ ମାମଲାକୁ ରଫାଦଫା କର
ମହାକାଳପଡା ତହସିଲଦାର ଗିରଫ : ୨୦ ହଜାର ଟଙ୍କା ଲାଂଚ ନେଉଥିଲେ


କେନ୍ଦ୍ରାପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ମହାକାଳପଡା ତହସିଲଦାର ଶିବ ପ୍ରସାଦ ମଲ୍ଲିକ ଆଜି ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଏକ ଜବରଦଖଲ ମାମଲାକୁ ରଫାଦଫା କରିବା ପାଇଁ ସେ ୨୦ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଅଭିଯୋଗକାରୀଙ୍କ ଠାରୁ ସେ ଏହି ଟଙ୍କା ତାଙ୍କ କାର୍ଯ୍ୟାଳୟର ବିଶ୍ରାମ କକ୍ଷରେ ଗ୍ରହଣ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande