ବିଧାନସଭାରେ ଉଠିଲା ବଲାଙ୍ଗୀର ମହାରାଣୀସାଗର ପ୍ରସଙ୍ଗ ଉନ୍ନୟନକାମରେ କୌଣସି ପ୍ରତିବନ୍ଧକ ନାହିଁ ମାର୍ଚ୍ଚ ୨୦୨୬ରେ କାମ ସରିବ-ନଗରଉନ୍ନୟନମନ୍ତ୍ରୀଙ୍କ ଉତର
ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ସହରର ସର୍ବବୃହତ ପୁସ୍କରିଣୀ ମହାରାଣୀସାଗରର ଉନ୍ନତିକରଣ କାମ ଅଧାକରାଯାଇ ପକାଇ ରଖାଯାଇଛି। ତେବେ କାମ କରିବାରେ କୌଣସି ପ୍ରଶାସନିକ କିମ୍ବା ପରିବେଶଗତ ପ୍ରତିବନ୍ଧକ ନାହିଁ, ଆସନ୍ତା ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପ୍ରକଲ୍ପର କାମ ସରିବ ବୋଲି ବଲାଙ୍ଗୀର
ବିଧାନସଭାରେ ଉଠିଲା ବଲାଙ୍ଗୀର ମହାରାଣୀସାଗର ପ୍ରସଙ୍ଗ.. ଉନ୍ନୟନକାମରେ କୌଣସି ପ୍ରତିବନ୍ଧକ ନାହିଁ ,ମାର୍ଚ୍ଚ ୨୦୨୬ରେ କାମ ସରିବ-ନଗରଉନ୍ନୟନମନ୍ତ୍ରୀଙ୍କ ଉତ୍ତର


ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ସହରର ସର୍ବବୃହତ ପୁସ୍କରିଣୀ ମହାରାଣୀସାଗରର ଉନ୍ନତିକରଣ କାମ ଅଧାକରାଯାଇ ପକାଇ ରଖାଯାଇଛି। ତେବେ କାମ କରିବାରେ କୌଣସି ପ୍ରଶାସନିକ କିମ୍ବା ପରିବେଶଗତ ପ୍ରତିବନ୍ଧକ ନାହିଁ, ଆସନ୍ତା ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପ୍ରକଲ୍ପର କାମ ସରିବ ବୋଲି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓଙ୍କର ଏକ ଅଣତାରକା ପ୍ରଶ୍ନର ଉତରରେ ଗୃହ ଓ ନଗରଉନ୍ନୟନମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଧାନସଭାରେ କହିଛନ୍ତି। କଳିକେଶ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ,ମହାରାଣୀସାଗର ଉନ୍ନୟନ ପ୍ରକଲ୍ପ କାମ କେତେ ହୋଇଛି ଓ କେତେ ଅନୁଦାନ ଦିଆଯାଇଛି। କାମ କରିବାରେ କୌଣସି ପ୍ରଶାସନିକ କିମ୍ବା ପରିବେଶଗତ ପ୍ରତିବନ୍ଧକ ରହିଛି କି? ମନ୍ତ୍ରୀ ଡ.ମହାପାତ୍ର ଏହି ପ୍ରଶ୍ନର ଉତର ରଖିଛନ୍ତି ଯେ,ମହାରାଣୀସାଗରର ମୋଟ ୧୧.୯୦ କୋଟି ଟଙ୍କାର ଅଟକଳରୁ ୫ମ ଏସ୍‌ଏଫ୍‌ସି ଫଣ୍ଡରୁ ୮.୩୩ କୋଟି ଦିଆଯାଇ ସାରିଛି। ସେଥିରୁ ପୁସ୍କରିଣୀରୁ ଜଳନିସ୍କାସନ, ପଙ୍କୋଦ୍ଧାର ଓ ବନ୍ଧହିଡ ସୃଦୃଢିକରଣ କାମ କରାଯାଇଛି। ଆଉ ଅନେକକାମ ବାକି ରହିଛି। ଆସନ୍ତା ନଭେମ୍ବର ସୁଦ୍ଧା ବାକିଆ କାମକୁ ଆରମ୍ଭ କରାଯାଇ ୨୦୨୬ ମାର୍ଚ୍ଚ ଶେଷସୁଦ୍ଧା ସାରିବାକୁ ପ୍ରସ୍ତାବ କରାଯାଇଛି। ବାକିଆ ଅନୁଦାନ ମଧ୍ୟ ୧୫ତମ ଫାଇନାନ୍ସ ଟାଇଡ ଗ୍ରାଂଟରୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଡ.ପାତ୍ର ସ୍ପଷ୍ଟ କରିଛନ୍ତି।

ପ୍ରକାଶ ଯେ, ମହାରାଣି ସାଗର ଉନ୍ନୟନ କାମ ଆରମ୍ଭ ହେଲା ବେଳକୁ ରାଜନୈତିକ ପ୍ରତିଦ୍ୱନ୍ଦିତା ଦେଖାଯାଇଥିଲା। ବିଜେଡି ଶାସନ ସମୟରେ ଆରମ୍ଭ ହୋଇଥିବା ଏହି କାମ ଅଧା ହୋଇ ପଡିରହିଛି। ଏହି କାମ ଆଗକୁ ହେବ କି ନାହିଁ ତାହା ସହରବାସୀଙ୍କୁ ସନ୍ଦେହରେ ପକାଇଥିଲା। ଏବେ ବିଧାୟକ କଳିକେଶଙ୍କ ପ୍ରଶ୍ନରେ ଗୃହ ଓ ନଗରଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉତର ପରେ ଏହି ପ୍ରକଲ୍ପ ସଂପୂର୍ଣ୍ଣକରଣ ନେଇ ଆଶା ଉଜ୍ଜଳ ହୋଇଛି।

ଠିକ ସେହିପରି ବଲାଙ୍ଗୀର ସହରରେ ଗତ ୨୦୨୦ ମସିହା ପରେ କେତେ ସରକାରୀ ଜମି ବନ୍ଦୋବସ୍ତ କରି ବ୍ୟକ୍ତିଗତ ମାଲିକାନାକୁ ଦିଆଯାଇଛି ବୋଲି ବିଧାୟକ କଳିକେଶ ପଚାରିଥିବା ପ୍ରଶ୍ନର ଉତରରେ ରାଜସ୍ୱ ଓ ବିପର୍ଯ୍ୟୟପ୍ରଶମନ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଉତର ରଖିଛନ୍ତି ଯେ,ବଲାଙ୍ଗୀର ସହରରେ ୨୦୨୦ ମସିହା ପରେ ମାତ୍ର ଗୋଟିଏ ମାମଲାରେ ସରକାରୀ ଜମି ବ୍ୟକ୍ତିଗତ ମାଲିକାନାକୁ ସେଟେଲ କରି ଦିଆଯାଇଛି। ବଲାଙ୍ଗୀର“ଖ” ମୌଜାରେ ଖାତା ନମ୍ବର-୮୩୧(ରକ୍ଷିତ)ର ପ୍ଲଟନମ୍ବର-୬୧୪/୧୨୯୧ ର ୦.୦୫୫ ଡେସିମିଲ ଜମିକୁ ନରସିଂହ ମିଶ୍ରଙ୍କ ପୁଅ ଅମରେନ୍ଦ୍ର ମିଶ୍ର,ସୌମେନ୍ଦ୍ର ମିଶ୍ର ଇତ୍ୟାଦିଙ୍କ ନାମରେ ସେଟେଲ କରାଯାଇଛି। ବରଗଡ଼ ସେଟେଲମେଂଟ ଅତିରିକ୍ତ କମିଶନରଙ୍କ ଗତ ୨୬.୦୬.୨୦୨୩ର ନିର୍ଦ୍ଦେଶ ମୁତାବକ ବଲାଙ୍ଗୀର ତହସିଲରେ କରାଯାଇଥିବା ମ୍ୟୁଟେସନ କେସନମ୍ବର-୩୯୧୦/୨୦୨୩ରେ ଏହି ଜମିର ମାଲିକାନାକୁ ପରିବର୍ତନ କରାଯାଇଛି ବୋଲି ରାଜସ୍ୱମନ୍ତ୍ରୀ ଉତର ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande