ମାଲକାନଗିରି, ୨୩ ସେପ୍ଟେମ୍ବର (ହି.ସ.)- ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ, କୁଡୁମୁଲୁଗୁମ୍ମା, ଏନଏସଏସ ସହ-ୟୁନିଟ୍ ୧ ପକ୍ଷରୁ ୧୭.୦୯.୨୦୨୫ ରୁ ୨୩.୦୯.୨୦୨୫ ପର୍ଯ୍ୟନ୍ତ ଦଣ୍ଡସେନା ଗୁଡାରେ ଆୟୋଜିତ ସ୍ଵତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଅଛି। ଏହି ସଭାରେ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ ଆଧ୍ୟାପିକା ସଞ୍ଜିତା ଖୋସଲା, ଶିକ୍ଷା ଆଧ୍ୟାପିକା ଶ୍ରୀଦେବୀ ପରିଡା, ୫୩ ଜଣ ସ୍ଵେଚ୍ଛାସେବୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ I ଏନଏସଏସ ପ୍ରୋଗ୍ରାମ୍ ଅଫିସର ବିଶ୍ୱଜିତ ମହାନ୍ତି ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଭାରେ ବିଭିନ୍ନ ଏନଏସଏସ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। ଶିବିରରେ କରାଯାଇଥିବା କାର୍ଯ୍ୟମାନଙ୍କ ଅନୁଭବ ବାଣୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।
ସାତଦିନ ମଧ୍ୟରେ ସ୍ଵେଚ୍ଛାସେବୀମାନେ ପୋଷ୍ୟ ଗ୍ରାମ ଦଣ୍ଡସେନାଗୁଡା ଠାରେ ବୃକ୍ଷ ରୋପଣ, ସ୍ଵଛଭାରତ ଅଭିଯାନ, ମ୍ଯାଲେରିୟା ଏବଂ ଡେଙ୍ଗୁର ନିରାକରଣ, ଶିଶୁ ଶ୍ରମ ନିରାକରଣ, ବାଲ୍ୟ ବିବାହ ଏବଂ କମ ବୟସରେ ବିବାହକୁ ବିରୋଧ, ଗ୍ରାମ ସର୍ଭେ , ଗ୍ରାମର ଅଭାବ ଏବଂ ଅସୁବିଧା ଉପରେ ସଚେତନ କାର୍ଯ୍ୟକ୍ରମ କରିଥିଲେ I ସର୍ବ ଶେଷରେ ସ୍ଵେଚ୍ଛାସେବୀ ମାନଙ୍କୁ ଅଧ୍ୟକ୍ଷଙ୍କ ଦ୍ଵାରା ପ୍ରମାଣପତ୍ର ପତ୍ର ପ୍ରଦାନ କରଯାଇଥିଲା I
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ