ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ
ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସ୍ତରୀୟ ସ୍ୱଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପରିଚାଳନା ତାଲିମ କେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ଲକ ସଂଯୋଜକ ଉଦୟ ନାଥ ବେଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦ
ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ


ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସ୍ତରୀୟ ସ୍ୱଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପରିଚାଳନା ତାଲିମ କେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ଲକ ସଂଯୋଜକ ଉଦୟ ନାଥ ବେଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦତ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଜିଲ୍ଲା ଅତିରିକ୍ତ କାର୍ଯନିର୍ବାହୀ ଅଧିକାରୀ ଘନାଇ ଟୁଡୁ ମୁଖ୍ୟ ବିପିଏମ ଆର୍ ଏସ ଜି ନିହାର ରଞ୍ଜନ ସାହୁ ଜିଲ୍ଲା ପରିମଳ ସଂଯୋଜିକା ରିତାରାଣୀ ନାୟକ ଯୋଗ ଦେଇ ସ୍ୱଚ୍ଛତା, ପରିଷ୍କାର ଓ ପରିମଳ ବିଷୟରେ ଆଲୋକ ପାତ କରିଥିଲେ।୨୩ ଗୋଟି ପଂଚାୟତରୁ ସରପଂଚ ସମିତି ସଭ୍ୟ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ତାଲିମ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande