ପୂର୍ଣ୍ଣ ନିଶା ନିବାରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ସମ୍ବଲପୁର, ୨୩ ସେପ୍ଟେମ୍ବର (ହି.ସ.) - ପୂର୍ବ ନିଷ୍ପତି ଅନୁଯାୟୀ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅବିଭକ୍ତ ସମ୍ବଲପୁରର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଓ ବିଶେଷ କରି ଟାଇଁସର ପଂଚାୟତକୁ
ପୂର୍ଣ୍ଣ ନିଶା ନିବାରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ


ସମ୍ବଲପୁର, ୨୩ ସେପ୍ଟେମ୍ବର (ହି.ସ.) - ପୂର୍ବ ନିଷ୍ପତି ଅନୁଯାୟୀ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅବିଭକ୍ତ ସମ୍ବଲପୁରର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଓ ବିଶେଷ କରି ଟାଇଁସର ପଂଚାୟତକୁ ନିଶାମୁକ୍ତ ପାଇଁ ସମସ୍ତ ବେନିୟମ ମଦ ଭାଟିକୁ ବନ୍ଦ କରିବାକୁ ଦାବି କରାଯାଇଛି । ଅଭିଯାନର କର୍ମକର୍ତା ତଥା ଏହି ପଂଚାୟତର ମହିଳା ପ୍ରତିନିଧି ଗଣ ବିଭିନ୍ନ ପ୍ଲାକାର୍ଡ ଧରି ସହର ପରିକ୍ରମା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନକୁ ସଭାପତି ଶ୍ରୀ ନାୟକଙ୍କ ସମେତ ଟାଇଁସର ପଂଚାୟତର ସରପଂଚ ରାଜେନ୍ଦ୍ର କିସାନ, କରୁଣା କର କିସାନ, ଅନିତା ସିଂହ, ସୁମତି କିସାନ, ନିରୁପମା ସିଂ, ଡ଼ଲି ପଟେଲ, କୁଞ୍ଜଲତା ପଟେଲ, ଅହଲ୍ୟା ରଣା, ପ୍ରିୟଙ୍କା ସିଂ, ରଶ୍ମିତା ବାଗ, ପ୍ରେମଲତା ବାଗ, ପ୍ରସନ୍ନ ରଣା ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହି ଦାବିପତ୍ରରେ କୁଚିଣ୍ଡା ବ୍ଲକ ଟାଇଁସର ପଂଚାୟତକୁ ନିଶାମୁକ୍ତ କରିବା, ପ୍ରସ୍ତାବିତ ୭୦ ମଦଭାଟି ଖୋଲିବା ନିଷ୍ପତିକୁ ପ୍ରତ୍ୟାହାର କରିବା, ନିଶା ନିବାରଣ କର୍ମୀ ସୁବାସ ନାୟକ, କରୁଣା କିସାନ ଓ ଭୋଜପୁରୀ ଅଂଚଳର ମହିଳା କର୍ମୀଙ୍କ ବିରୋଧରେ ଥିବା ମିଛ କେସ ପ୍ରତ୍ୟାହାର କରିବା ଆଦି ଉଲ୍ଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ପରେ ସ୍ୱେଚ୍ଛାସେବୀ ଗଣ ଅବକାରୀ ଇନ୍ସପେକ୍ଟର ଓ ଏସଡିପିଓଙ୍କୁ ମଧ୍ୟ ଦାବିପତ୍ରର ନକଲ ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande