ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ନୂଆଁଖାଇ ଭେଟଘାଟ
ବଲାଙ୍ଗିର, ୨୩ ସେପ୍ଟେମ୍ବର (ହି.ସ.)- ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଭାଗବତ ମନ୍ଦିର (ବାବା ମଠ) ସାଗରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡଃ. ସତ୍ୟବନ୍ତ ବେଦବାକ୍ ପୂର୍ବତନ ଅଧ୍ୟକ
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ନୂଆଁଖାଇ ଭେଟଘାଟ


ବଲାଙ୍ଗିର, ୨୩ ସେପ୍ଟେମ୍ବର (ହି.ସ.)- ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଭାଗବତ ମନ୍ଦିର (ବାବା ମଠ) ସାଗରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡଃ. ସତ୍ୟବନ୍ତ ବେଦବାକ୍ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗିର, ସଂଘର ପୂର୍ବତନ ଉପସଭାପତି ପ୍ରଶନ୍ନ ମିଶ୍ର, ସଂପାଦକ କୃଷ୍ଣଚନ୍ଦ୍ର ନାଥ ଓ ମଂଚ ସଂଚାଳକ ଶ୍ୟାମ ସୁନ୍ଦର ଦାଶ ମଂଚାସୀନ ଥିଲେ । ରାଧାକୃଷ୍ଣଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଵଳନ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ସଭାର ପ୍ରାରମ୍ଭରେ ସ୍ୱର୍ଗତ ସୌମିତ୍ରୀ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ କୃଷ୍ଣଚନ୍ଦ୍ର ନାଥ ନୂଆଁଖାଇ ଭେଟଘାଟ ର ଉଦ୍ଦେଶ୍ୟ ଓ ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ପରେ ବରିଷ୍ଠ ସଭ୍ୟ ଧର୍ମବ୍ରତ ରଥ, ଗୋପ ପୁରୋହିତ, ହରେକୃଷ୍ଣ ପଟେଲ, କପିଳେଶ୍ୱର ଖମାରୀ, ଉପସଭାପତି ପର୍ଶୁରାମ ନାୟକ, ବିରଂଚି ବହିଦାର, ଜଗନ୍ନାଥ ଷଡଙ୍ଗୀ, ପ୍ରଦୀପ ସାହୁ, ସତ୍ୟବାଦି ନାଏକ, କୃଷ୍ଣଚନ୍ଦ୍ର ମାହାକୁର, ଯୁଗେଶ୍ୱର ପଣ୍ଡା, ଲୋକନାଥ ନେପାକ ଓ ପ୍ରଶନ୍ନ ମିଶ୍ର ନୂଆଁଖାଇ ର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ସହ-ସଂପାଦକ ଚୈତନ୍ୟ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande