ଶାରଦୀୟ ପୁଜା ବଜାର ପାଇଁ ସଜେଇ ହେଉଛି କୁଚିଣ୍ଡା ଉପଖଣ୍ଡ ବ୍ୟବସାୟ ପ୍ରତିଷ୍ଠାନ
ସମ୍ବଲପୁର, ୨୩ ସେପ୍ଟେମ୍ବର (ହି.ସ.) - ଆସିଗଲାଣି ପାର୍ବଣ ଋତୁ । ହିନ୍ଦୁ ଧର୍ମାବଳମ୍ବି ମାନଙ୍କ ପ୍ରମୁଖ ପର୍ବ ଦଶହରା ମୁଣ୍ଡ ଉପରେ ପହଂଚିଥିବା ବେଳେ ଆଉ କିଛି ଦିନ ପରେ ପଡିବ ଦୀପାବଳୀ ଉତ୍ସବ । ଏହି ପାର୍ବଣ ଋତୁ ପାଇଁ କୁଚିଣ୍ଡା ଉପଖଣ୍ଡ ତଥା ଏହାର ଆଖପାଖ ଅଂଚଳର ବଜାର ଭିନ୍ନ ଆକର୍ଷଣରେ ପ୍ରସ୍ତୁତି
ଆଗାମୀ ଶାରଦୀୟ ପୁଜା ବଜାର ପାଇଁ ସଜେଇ ହେଉଛି କୁଚିଣ୍ଡା ଉପଖଣ୍ଡ ବ୍ୟବସାୟ ପ୍ରତିଷ୍ଠାନ


ଆଗାମୀ ଶାରଦୀୟ ପୁଜା ବଜାର ପାଇଁ ସଜେଇ ହେଉଛି କୁଚିଣ୍ଡା ଉପଖଣ୍ଡ ବ୍ୟବସାୟ ପ୍ରତିଷ୍ଠାନ


ସମ୍ବଲପୁର, ୨୩ ସେପ୍ଟେମ୍ବର (ହି.ସ.) - ଆସିଗଲାଣି ପାର୍ବଣ ଋତୁ । ହିନ୍ଦୁ ଧର୍ମାବଳମ୍ବି ମାନଙ୍କ ପ୍ରମୁଖ ପର୍ବ ଦଶହରା ମୁଣ୍ଡ ଉପରେ ପହଂଚିଥିବା ବେଳେ ଆଉ କିଛି ଦିନ ପରେ ପଡିବ ଦୀପାବଳୀ ଉତ୍ସବ । ଏହି ପାର୍ବଣ ଋତୁ ପାଇଁ କୁଚିଣ୍ଡା ଉପଖଣ୍ଡ ତଥା ଏହାର ଆଖପାଖ ଅଂଚଳର ବଜାର ଭିନ୍ନ ଆକର୍ଷଣରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କୁଚିଣ୍ଡା ଉପଖଣ୍ଡ ର ଜମନକିରା, ଫାଶୀମାଲ, ଭୋଜପୁର, କୁସମୀ, କେସେଇ ବାହାଲ, ବାମରା ଭଳି ବିଭିନ୍ନ ସ୍ଥାନରେ ଦଶହରା ପୂଜା ହେଉଥିଲେ ମଧ୍ୟ କୁଚିଣ୍ଡା ଦଶହରା ଅନ୍ୟତମ । କୁଚିଣ୍ଡା ଦଶହରା ଉତ୍ସବ ଚଳିତ ବର୍ଷ ୯୮ ବର୍ଷକୁ ଛୁଇଁବାକୁ ଯାଉଥିବା ବେଳେ ଏଠାକାର ଦଶହରା ପୂଜା ସମଗ୍ର ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଏହି ଦଶହରା ପୂଜା ଦେଖିବାକୁ ବହୁ ଦୂର ଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଥାଏ । ସେହିପରି ଏହି ସମୟରେ ଅନେକ କୁଚିଣ୍ଡା ସହରର ବିଭିନ୍ନ ଅଂଚଳ ଡ୍ରେସ ଓ ଲୁଗା ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲା ଅଂଚଳରୁ ଏଠିକି କ୍ଷୁଦ୍ର ବ୍ୟବସାୟୀ ଆସି ଦୋକାନ ଖୋଲି ବେପାର ମଧ୍ୟ କରିଥାନ୍ତି । ଏହି ସମୟରେ କୁଚିଣ୍ଡା ସହରର ବିଭିନ୍ନ ଅଂଚଳ ଡ୍ରେସ ଓ ଲୁଗା ବ୍ୟବସାୟ ଦୋକାନ ଗୁଡିକରେ ଗହଳି ଲାଗିରହିଥାଏ । କୁଚିଣ୍ଡା ସହରରେ ହୋଲସେଲ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ରହିଥିବାରୁ ପାର୍ବଣ ସମୟରେ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କରି ବ୍ୟବସାୟୀ ଗ୍ରହକଙ୍କୁ ଆକୃଷ୍ଟ କରିଥାନ୍ତି । ଏଥିପାଇଁ କେତେକ ଆଗଧାଡିର ବ୍ୟବସାୟୀ ସ୍ୱତନ୍ତ୍ର ଭାବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲୁଗା, କପଡା, ପ୍ୟାଂଟସ ଓ ଲେଡ଼ିଜ ଆଇଟମ ମଗାଇଥାନ୍ତି କ୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅଂଚଳରୁ ଡ୍ରେସ ଓ ଶାଢ଼ୀ ମ୍ୟାଟେରିଆଲ କୁଚିଣ୍ଡା ସହରକୁ ବିକ୍ରି ପାଇଁ ଆସିଥାଏ । ଏହି ପାର୍ବଣ ଋତୁ ପାଇଁ ବର୍ତମାନ ଠାରୁ କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ଅଂଚଳର ବ୍ୟବସାୟୀ ପ୍ରସ୍ତୁତ ହୋଇଗଲାଣି କ୍ଷ ଗ୍ରହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବଜାର ର ମାର୍କେଟ କମ୍ପେ୍ଲକ୍ସ ଗୁଡିକ ଆଲୋକମାଳ ରେ ମଧ୍ୟ ସଜାଇ ଦିଆଗଲାଣି । ଦଶହରା ଓ ଦୀପାବଳୀ କୁ ଆଖି ଆଗରେ ରଖି କୁଚିଣ୍ଡା ଉପଖଣ୍ଡ ର ବହୁ ବ୍ୟବସାୟୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କେତେକ ବ୍ୟବସାୟୀ ଦୁଇ ପର୍ଯ୍ୟାୟ ରେ ସାମଗ୍ରୀ ମଗାଇ ଦେଇଥିବାବେଳେ ଆଉ କିଛି ବ୍ୟବସାୟୀ ପର୍ଯ୍ୟାୟ କ୍ରମେ ସାମଗ୍ରୀ ମଗାଉଥିବା ଜଣା ପଡିଛି । ବର୍ତମାନ ସୁଦ୍ଧା ବଜାର ତଥା ବ୍ୟବସାୟ ଜୋର ଧରିନଥିବା କେତେକ ବ୍ୟବସାୟୀ ପ୍ରକାଶ କରିଛନ୍ତି । ବ୍ୟବସାୟୀ ଓ ସୋ ରୁମ ମାଲିକ ମାନେ କେବଳ ଗ୍ରାହକ ଙ୍କ ଅପେକ୍ଷା ରେ ରହିଥିବା ବେଳେ ଆଉ କିଛିଦିନ ମଧ୍ୟରେ ବଜାର ସରଗରମ ହେବାକୁ ଆଶା କରାଯାଉଛି କ୍ଷ ଦଶହରା ପାଇଁ କୁଚିଣ୍ଡା ସହର ତଥା ଏହାର ଆଖପାଖ ଅଂଚଳର ବସଟାଣ୍ଡ ମାନଙ୍କୁ ଦୁର୍ଗା ମେଢ଼ି ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳୁଛି କ୍ଷ ବର୍ଷର ଏହି ପ୍ରମୁଖ ପର୍ବ ଦଶହରା ପାଇଁ ସହରବାସୀ ଯେତିକି ପ୍ରସ୍ତୁତି କଲେଣି ତାହାଠାରୁ ଅଧିକ ପ୍ରସ୍ତୁତି ସହରର ଅଧିକ ବ୍ୟବସାୟିଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି । ସାଧାରଣତଃ ଦଶହରା ସମୟରେ ଲୁଗା କପଡା ର ଚାହିଦା ବେସ ଜୋର ଧରିଥାଏ ଏବଂ ଅନେକ ଶାଢ଼ୀ କପଡା ଦୋକାନ ମାନଙ୍କରେ ଭିଡ଼ ଜମି ରହିଥାଏ । ଗ୍ରହକଙ୍କୁ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ଆସିବା ପାଇଁ ଆକୃଷ୍ଟ କରିବା ଓ ଗ୍ରାହକଙ୍କ ମନ ପସନ୍ଦ ର ସାମଗ୍ରୀ ତଥା ଡ୍ରେସ ରଖିବାକୁ ବ୍ୟବସାୟୀ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗି ରହିଥାଏ । ଲୁଗାପଟା ବ୍ୟତୀତ ଦଶହରାରେ ବିଭିନ୍ନ ନୂତନ ଘରୋଇକରଣ ସାମଗ୍ରୀ ମଧ୍ୟ୍ୟ କେତେକ ବ୍ୟକ୍ତି କ୍ରୟ କରିଥାନ୍ତି ବର୍ତମାନ ସୁଦ୍ଧା ବଜାରରେ ଅଧିକ ଭିଡ଼ ହୋଇନଥିଲେ ମଧ୍ୟ ଧୀରେଧୀରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଗହଳି ବୃଦ୍ଧି ପାଇବାରେ ଲାଗିଛି । ଆଉ ମାତ୍ର ଦିନେ ଚାରିଦିନ ପରେ ବଜାରରେ ବିଭିନ୍ନ ବ୍ୟବସୟୀ ପ୍ରତିଷ୍ଠାନ ଗୁଡିକରେ ଭିଡ଼ ବୃଦ୍ଧି ହେବା ଆଶାକରାଯଉଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande