ଜୟପୁର, ୨୩ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ରାବଣାଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ପେସାଲିଷ୍ଟ ସ୍ୱାସ୍ଥ୍ୟ ମେଳା ଆଜି ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିି ଭାବେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଯୋଗଦେଇ ଉଦଘାଟନ କରିଥିବା ବେଳେ ବିଡିଓ ଶକ୍ତି ମହାପାତ୍ର, ଏଡିପିଏଚଓ ସୁ ସଂନ୍ଧ୍ୟା ଦେବ ଦର୍ଶିନି, ଆରକେଏସ ମେମ୍ବର ତ୍ରିନାଥ ଆଚାଯ୍ୟ, ଭାଷ୍କର ପଟ୍ଟନାୟକ, ପ୍ରଦିପ ଗୌଡ, ବିପିଏମ ଦିପାନିତା ପଟ୍ଟନାୟକ, ପିଏଚଇଓ ଧରିତ୍ରି ମୁଦୁଲି , ସୁପରଭାଇଜର ସୁଶାନ୍ତ କୁମାର ନାୟକ, ସରପଞ୍ଚ, ସମିତି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ୪୯୭ ମା ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଠାରେ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅରବିନ୍ଦ ନେପାକ, ଶିଶୁ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ପଣ୍ଡା, କମ୍ୟୁନିଟି ମେଡିସନ ଡାକ୍ତର ସ୍ୱାସ୍ତିକ ମହଲା, ଦାନ୍ତ ଚିକିତ୍ସକ ଡାକ୍ତର ମୋନାଲିସା ବେହେରା, ଚକ୍ଷୁ ଡାକ୍ତର ବିଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳା ଅନୁଷ୍ଠିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି