ଜିଲ୍ଲା ସଂସ୍କୃତି ଭବନ ଠାରେ ଦୁଇଦିନ ବ୍ୟାପୀ ସାଂସ୍କୃତିକ ଉତ୍ସବ ଆରମ୍ଭ ହେବ
କେନ୍ଦୁଝର, 23 ସେପ୍ଟେମ୍ବର (ହି.ସ.) ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଅମ୍ରିତ କାଳ ସାଂସ୍କୃତିକ ଉତ୍ସବ ଅବସରରେ କେନ୍ଦୁଝର ଜିଲ୍ଲା ସଂସ୍କୃତି ଭବନ ଠାରେ ଦୁଇଦିନ ବ୍ୟାପୀ ସାଂସ୍କୃତିକ ଉତ୍ସବ ଆରମ୍ଭ ହେବାକୁ ଯାଉଛି. ସେପ୍ଟେ
ଜିଲ୍ଲା ସଂସ୍କୃତି ଭବନ ଠାରେ ଦୁଇଦିନ ବ୍ୟାପୀ ସାଂସ୍କୃତିକ ଉତ୍ସବ ଆରମ୍ଭ ହେବ


କେନ୍ଦୁଝର, 23 ସେପ୍ଟେମ୍ବର (ହି.ସ.)

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଅମ୍ରିତ କାଳ ସାଂସ୍କୃତିକ ଉତ୍ସବ ଅବସରରେ କେନ୍ଦୁଝର ଜିଲ୍ଲା ସଂସ୍କୃତି ଭବନ ଠାରେ ଦୁଇଦିନ ବ୍ୟାପୀ ସାଂସ୍କୃତିକ ଉତ୍ସବ ଆରମ୍ଭ ହେବାକୁ ଯାଉଛି.

ସେପ୍ଟେମ୍ବର ଚବିଶ ଏବଂ ପଚିଶ ତାରିଖ ଦୁଇଦିନ ସନ୍ଧ୍ୟାରେ ଏହି ଉତ୍ସବ ଅନୁଷ୍ଠିତ ହେବ.

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମ୍ରିତକାଳ ସାଂସ୍କୃତିକ ଉତ୍ସବ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପର୍ଣ୍ଣ ନୃତ୍ୟ, ସଂଗୀତକୁ ଗରିମାମୟ କରିପାରିଛି ଏବଂ ଏହି ଉତ୍ସବ ମାଧ୍ୟମରେ କେନ୍ଦୁଝର ଜିଲ୍ଲା ସ୍ଥାନୀୟ କଳାକାର ଗୋଷ୍ଠୀ ନିଜର ନୃତ୍ୟ କଳା ପ୍ରଦର୍ଶନ କରିବେ ।.

ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ

ଦୁଇ ଦିନଧରି ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଇନ୍ଦ୍ରଧନୁ ନୃତ୍ୟ ଅନୁଷ୍ଠାନ,ସ୍ପିରିଟଯା ଏକାଡେମୀ ଅଫ ପରଫରର୍ମିଙ୍ଗ ଆର୍ଟ୍ସ,ସାନ୍ଥଲ ଫୋକ ଡ୍ୟାନ୍ସ,ବୀଣାପାଣି କଳା ନିକେତନ,ଟ୍ରାଇବାଲ ଡ୍ୟାନ୍ସ କେନ୍ଦୁଝର,ଏମ ଡ୍ୟାନ୍ସ ଏକାଡେମୀ,ମୁଣ୍ଡା ଫୋକ ଡ୍ୟାନ୍ସ,ଛଉ ଡାନ୍ସ କେନ୍ଦୁଝର,ଆଦିମ ସଂସ୍କୃତି ଅନୁଷ୍ଠାନ ମାନ ସମ୍ବଲପୁରୀ, ଢେମସା, ସାନ୍ତାଳୀ, ଛଉ ସହିତ ଅନେକ ଆଦିବାସୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି.

ସେପ୍ଟେମ୍ବର ଚବିଶ ଏବଂ ପଚିଶ ତାରିଖ ସନ୍ଧ୍ୟାରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବାକୁ କେନ୍ଦୁଝର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି.

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande