ଜୟପୁର, ୨୩ ସେପ୍ଟେମ୍ବର (ହି.ସ.)- ଗୋଚର ଓ ଜଙ୍ଗଲ ଜମିକୁ ଜବରଦଖଲ ହୋଇଥିବା ନେଇ ଜୟପୁର ଉପ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ l ସମାଜସେବି ବି ହରି ରାଓଙ୍କ ନେତୃତ୍ଵରେ ଗ୍ରାମବାସୀ ମାନେ ପ୍ରଶାସନର ଦ୍ଵାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବୋରିଗୁମ୍ମା ତହସିଲ ଅନ୍ତର୍ଗତଃ ଶଶାହାଣ୍ଡି ରାଜସ୍ବ ମଣ୍ଡଳ ଅଧିନସ୍ଥ ବାମୁଣୀଆଗୁଡା ଗ୍ରାମବାସୀ ସମୂହ ଭାବେ ଲେଖି ଜଣାଇଥିବା ଅଭିଯୋଗ ଦରଖାସ୍ତ ଏହି କି, ଆମ୍ଭ ବୈରାଗିପଦର ମୌଜାରେ ପ୍ରାୟ ରଚ୍ଚବା ଏ. ୧୦୦.୦୦ ସେଣ୍ଟରୁ ଉର୍ଷ ଗୋଚର ଓ ଜଙ୍ଗଲ ଜମି ରହିଅଛି । ଉକ୍ତ ଜମିରେ ଗାଇ ଗୋରୁ ଚରାଇ ଜୀବିକା ନିର୍ବାହ କରି କରୁଛନ୍ତି। ଜଙ୍ଗଲ ଜମିକୁ ମଧ୍ୟ ଗ୍ରାମବାସୀ ସୁରକ୍ଷା ଦେଇଛନ୍ତି । କିନ୍ତୁ, ବୈରାଗିପଦର ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ପଞ୍ଚାୟତ ରୋପଣ କରିଥିବା ଲେମ୍ବୁ ଗଛ, ଆମ୍ବ ଗଛ, ନିମ୍ନ ଗଛ ଓ ପିଜୁଳି ଗଛ ଇତ୍ୟାଦିକୁ ଉପାଡି ଦେଇ ଉକ୍ତ ଜମି ମଧ୍ୟରେ ପ୍ରାୟ ଦଶ ଏକର ଜମି ଉପରେ ମକା ଚାଷ କରି ଆସୁଛନ୍ତି । ଫଳତଃ ଆମ୍ଭେ ଗ୍ରାମବାସୀ ଗାଇ ଗୋରୁ ଚରାଇବାରୁ ବଞ୍ଚିତ ହେଉଅଛୁ । ଏମିତିକି ଗାଈ ଚରାଇବାକୁ ମଧ୍ୟ ଜମି ନାହିଁ । ସେମାନେ ବିନା ଅନୁମତିରେ କିଭଳି ଦଖଲ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଏହି ବିଷୟ ନେଇ ପଚାରିଲେ ଗଣ୍ଡଗୋଳକୁ ଆସୁଛନ୍ତି । ଏହି ବିଷୟରେ ଆଗରୁ ମଧ୍ୟ ଆମ୍ଭେ ମାନେ ତହସିଲଦାର, ବୋରିଗୁମ୍ମାଙ୍କୁ ଜଣାଇଥିଲେହେଁ ଏ ପର୍ଯ୍ୟନ୍ତ ଏହାରି ଉପରେ କିଛି ତଦନ୍ତ ନକରିବାରୁ ଗ୍ରାମବାସୀ ଉପ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ସୂଚନା ଦେଇ ଥିଲେ । ଏହାର ଉପଯୁକ୍ତ ତଦନ୍ତ କରି ତୁରନ୍ତ ସେମାନେ ଜବରଦଖଲ କରିଥିବା ଗୋଚର ଓ ଜଙ୍ଗଲ ଜମିକୁ ମୁକ୍ତ କରି ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହାର ଏକକିତା ନକଲ ଜିଲ୍ଲାପାଳ, କୋରାପୁଟଙ୍କ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି