ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.) ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ଵରେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା ମାନେ ଆଜି ଉତ୍କଳ ଏକ ପ୍ରେକ୍ଷାଳୟରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାଲ୍ୟଜୀବନ ଉପରେ ଆଧାରିତ ଚାଲୋ ଜିତେ ହେଁ ଚଳଚ୍ଚିତ୍ର କୁ ଦେଖିଛନ୍ତି।
ଏହି ୩୦ ମିନିଟ୍ ବିଶିଷ୍ଟ ସ୍ଵଳ୍ପ କାଳୀନ ଚଳଚ୍ଚିତ୍ରରେ ନରେନ୍ଦ୍ର ମୋଦୀ ଜୀଙ୍କ ଅନାଲୋଚିତ ପିଲାଦିନବିଷୟରେ ନିଖୁଣ ଭାବରେ ଚିତ୍ରଣ କରାଯାଇଛି ପିଲା ଦିନେ ସ୍ଵାମୀ ବିବେକାନନ୍ଦଙ୍କ ପୁସ୍ତକର ଏକ ଉକ୍ତି ସେହି ମାନେ ବଞ୍ଚନ୍ତି ଯିଏ ଅନ୍ୟମାନଙ୍କ ପାଇଁ ବଞ୍ଚନ୍ତି ଗଭୀର ଭାବେ ତାଙ୍କୁ ପ୍ରଭାବିତ କରିଥିଲା ଏବଂ ପିଲାଟି ଦିନରୁ ସମାଜ ପାଇଁ ବଞ୍ଚିବା ଏବଂ ସମାଜର ଉନ୍ନତି କରିବା ଦିଗରେ ସେ ନିଜକୁ ନିୟୋଜିତ କରିଚାଲିଲେ। ଏହି ଚଳଚ୍ଚିତ୍ରରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଚଳଣି ତଥା ଛୁଆଁ - ଅଛୁଆଁ, ଚୁଲିରେ ରୋଷେଇ କରିବା ସମୟରେ ମହିଳା ମାନେ କିପରି ଧୂଆଁ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଗରୀବ ପିଲାଟି କିପରି ଅର୍ଥ ଅଭାବରୁ ପାଠ ପଢ଼ାରୁ ବଞ୍ଚିତ ହେଉଛି ଖାଦ୍ୟ ଅଭାବରୁ ଶିଶୁ ମୃତ୍ୟୁ ଇତ୍ୟାଦି ଚଳଚ୍ଚିତ୍ରରେ ଦର୍ଶାଯାଇଛି।
ଏହି ଚଳଚ୍ଚିତ୍ର ଟି ଯୁବବର୍ଗଙ୍କ ମନରେ ଦେଶ ତଥା ସମାଜ କଲ୍ୟାଣ ଦିଗରେ କାମ କରିବା ପାଇଁ ଯୁବପିଢିକୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି।
ଏହି ଅବସରରେ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ଵାଳ, ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ