ଉଚ୍ଚଶିକ୍ଷା ପାଇଁ ଅଂଶୁମାନ ଟ୍ରଷ୍ଟର ବାଳିକାଙ୍କୁ ସହାୟତା
ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ସଦାସର୍ବଦା ଅସହାୟ ମାନଙ୍କୁ ସହାୟତା ଯୋଗାଇ ଆସୁଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଅଂଚଳର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆଜି ଜଣେ ମେଧାବୀ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଲାଗି ଅର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ କ୍ଷେତ୍ରପାଳ ପଂଚାୟତ
ଉଚ୍ଚଶିକ୍ଷା ପାଇଁ ଅଂଶୁମାନ ଟ୍ରଷ୍ଟର ବାଳିକାଙ୍କୁ ସହାୟତା


ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ସଦାସର୍ବଦା ଅସହାୟ ମାନଙ୍କୁ ସହାୟତା ଯୋଗାଇ ଆସୁଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଅଂଚଳର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆଜି ଜଣେ ମେଧାବୀ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଲାଗି ଅର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ କ୍ଷେତ୍ରପାଳ ପଂଚାୟତ ସିଦ୍ଧିପୁର ଗ୍ରାମର ଗ୍ରେସିପି ରାଉତଙ୍କ ଭଉଣୀ ଉଚ୍ଚ ଶିକ୍ଷା ନିମନ୍ତେ ହରିୟାଣା ଯିବାରେ ଅର୍ଥ ବାଧକ ସାଜିଥିଲା । ଏହା ଜାଣିବା ପରେ ଧର୍ମଶାଳା ବିଦାୟକ ହିମାଂସୁ ଶେଖର ସାହୁଙ୍କ ପରାମର୍ଶକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଯୁବ ସଙ୍ଗଠକ ରଜେଶ ପାଳ ଓ ବରିଷ୍ଠ ସଦସ୍ୟ ରବିନ୍ଦ୍ର ବରାଳ ଅନ୍ୟ ସଦସ୍ୟମାନଙ୍କ ସହିତ ସିଦ୍ଧିପୁର ଗ୍ରାମସ୍ଥିତ ଉକ୍ତ ଛାତ୍ରୀ ଘରେ ପହଁଚି ତାଙ୍କ ଭାଇ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଆର୍ଥିକ ସହାୟାତା ପ୍ରଦାନ କରିଛନ୍ତି । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande