ଆଜି ମଧ୍ୟ ଚାଲିପାରିଲା ନାହିଁ ବିଧାନସଭାର ପ୍ରଥମାର୍ଦ୍ଧ ବୈଠକ, ଅପରାହ୍ନ 4ଟା  ଯାଏ ଗୃହ ମୁଲତବୀ
ଭୁବନେଶ୍ୱର, 23 ସେପ୍ଚେମ୍ବର (ହି.ସ.) । ଆଜି ବିଧାନସଭାର ମୌସୁମୀ ଅଧିବେଶନର ପଂଚମ ଦିନରେ ପଂଚାୟତିରାଜ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରସଙ୍ଗକୁ ନେଇ ନାରାବାଜୀ ଓ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେଡି ବିଧାୟକମାନେ । ଅନ୍ୟ
ଆଜି ମଧ୍ୟ ଚାଲିପାରିଲା     ନାହିଁ ବିଧାନସଭାର ପ୍ରଥମାର୍ଦ୍ଧ ବୈଠକ, ଅପରାହ୍ନ 4ଟା  ଯାଏ ଗୃହ ମୁଲତବୀ


ଭୁବନେଶ୍ୱର,

23

ସେପ୍ଚେମ୍ବର (ହି.ସ.) । ଆଜି ବିଧାନସଭାର ମୌସୁମୀ ଅଧିବେଶନର ପଂଚମ ଦିନରେ ପଂଚାୟତିରାଜ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ କ୍ଷମତା

ସଂକୁଚିତ କରାଯିବା ପ୍ରସଙ୍ଗକୁ ନେଇ ନାରାବାଜୀ ଓ

ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେଡି ବିଧାୟକମାନେ । ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ମାନେ

ତାଙ୍କ ଆସନରେ ଠିଆ ହୋଇ ବିଜେପି – ବିଜେଡି ଭାଇ ଭାଇ ଲେଖାଥିବା ପ୍ଲାକାର୍ଡ ମାନ ଧରି ଠିଆ ହୋଇଥିଲେ

। ହଟ୍ଟଗୋଳ କାରଣରୁ ବାଚସ୍ପତି ସୁରମା ପାଢୀ

ଗୃହକୁ 10.50ରୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଏହି କାରଣରୁ ଆଜି ପ୍ରଶ୍ନକାଳ, ଶୂନ୍ୟ କାଳ ଓ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନାହିଁ ।

ଆଜି ନିର୍ଧାରିତ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ

ବିଧାନସଭା ବାଚସ୍ପତି ସୁରମା ପାଢୀ

ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହୋହଲ୍ଲା, ନାରାବାଜି କରିଥିଲେ । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ

ଅଭିଯୋଗରେ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଗୃହ କାର୍ଯ୍ୟ

ଚଳାଇ ଦେଲେନି ବିରୋଧୀ । ଶେଷରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି

ବାଚସ୍ପତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande