ଡିସଚାର୍ଜ ହେଲେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- କଟକର ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ୮ ଦିନ ପରେ ସୁସ୍ଥ ହେଇ ଘରକୁ ଆଜି ଫେରିଲେ ବୁଦ୍ଧାଦିତ୍ୟ । ବହୁତ କମ କଥା ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ରିପୋର୍ଟରେ ଫୁସଫୁସ ଓ ଛାତିରେ
ଡିସଚାର୍ଜ ହେଲେ ଓଲିଉଡ     ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- କଟକର ଘରୋଇ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ୮ ଦିନ ପରେ ସୁସ୍ଥ ହେଇ

ଘରକୁ ଆଜି ଫେରିଲେ ବୁଦ୍ଧାଦିତ୍ୟ । ବହୁତ କମ କଥା ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ରିପୋର୍ଟରେ

ଫୁସଫୁସ ଓ ଛାତିରେ ମାଇଲଡ ଇନଫେକ୍ସନ ହେଇଛି ।

ଗତ ଆଠ ଦିନ ତଳେ ଘରେ ଥିବା

ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ ବୁଦ୍ଧାଦିତ୍ୟ। ତୁରନ୍ତ ପରିବାର ଲୋକ ଘରୋଇ ହସ୍ପିଟାଲରେ

ଭର୍ତ୍ତି କରିଥିଲେ। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ।

ତାଙ୍କୁ ପଲ୍ୟୁମନାରୀ ମେଡ଼ିସିନ୍ ବିଭାଗର ଡାକ୍ତର ଚିକିତ୍ସା କରି ଆରୋଗ୍ୟ କରିଥିଲେ।ଆଉ ଆଜି

ଘରକୁ ଫେରୁଛନ୍ତି ବୁଦ୍ଧାଦିତ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande