ଧର୍ମଶାଳା କଂଗ୍ରେସର କର୍ମୀ ସମ୍ମିଳନୀ
ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତରେ କଂଗ୍ରେସ ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଧର୍ମଶାଳା ବ୍ଲକ କଂଗ୍ରେସ ଦଳର ସମସ୍ତ ନିର୍ବ
ଧର୍ମଶାଳା କଂଗ୍ରେସର କର୍ମୀ ସମ୍ମିଳନୀ


ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତରେ କଂଗ୍ରେସ ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଧର୍ମଶାଳା ବ୍ଲକ କଂଗ୍ରେସ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଜେପି ଯେଉଁ ସବୁ ସ୍ୱପ୍ନ ଦେଖାଇଥିଲା ତାହା ଆଜି ମିଥ୍ୟା ପ୍ରମାଣିତ ହୋଇଛି । ଏଣୁ ସମସ୍ତେ ସଂଗଠିତ ହୋଇ ପଂଚାୟତ ନିର୍ବାଚନରେ ଜବାବ ଦେବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି । ଆମ ସମସ୍ତଙ୍କର ଲକ୍ଷ୍ୟ କଂଗ୍ରେସ କ୍ଷମତାକୁ ଫେରାଇବା ସହିତ ଧର୍ମଶାଳାର କିଭଳି ବିକାଶ ହେବ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ବୈଠକରେ ଜିଲ୍ଲା କୃଷକ କଂଗ୍ରେସ ସଭାପତି ବସନ୍ତ କୁମାର ପରିଡା, ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ରାୟ, ମହିଳା କଂଗ୍ରେସ ସଭାନେତ୍ରୀ କବିତା ମଲିକ, ଗଙ୍ଗାଧରପୁର ପଂଚାୟତ ସଭାପତି ସାଗର ରାୟ, ଜେନାପୁର ପଂଚାୟତ ସଭାପତି ପ୍ରମୋଦ ମହାନ୍ତି, ଚହଟା କଂଗ୍ରେସ ସଭାପତି ଗଗନ ରାଉତ ଓ ଦେବାଶିଷ ପରିଡା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଥାନୁଆଳ ପଂଚାୟତର ୫ଜଣିଆ କଂଗ୍ରେସ କମିଟି ଚୟନ କରାଯାଇଥିଲା । ସଭାପତି ଭାବେ ହରମୋହନ ସାହୁ ଓ ସଭ୍ୟ ଭାବେ ସୁଶୀଲ ଡୋରା, ପ୍ରିୟରଞ୍ଜନ ସେଠୀ, କେଶବ ମଳିକ ଓ ମନୋରଞ୍ଜନ ମଳିକଙ୍କୁ ମନୋନୀତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande