ଦଲାଲ ଏବଂ ଠିକାଦାର ପୋଷା ନୀତି ପାଇଁ ବିଧାନସଭା ଭିତରେ ଓ ବାହାରେ ଡ୍ରାମା କରୁଛି ବିଜେଡି- ଇରାଶିଷ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ବିଜେଡ଼ି ଆନ୍ଦୋଳନ ଉପରେ କଡ଼ା ଜବାବ ରଖି ବିଜେପି ବିଧାୟକ ଇରାଶିଷ କହିଛନ୍ତି ଯେ, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହୋଇନାହିଁ ବରଂ ପିସି କାରବାର ବନ୍ଦ ହୋଇଛି । 40 ପ୍ରତିଶତ ପିସି କାରବାରରେ ରୋକ ଲାଗିଛି ।
ଦଲାଲ ଏବଂ ଠିକାଦାର ପୋଷା     ନୀତି ପାଇଁ ବିଧାନସଭା ଭିତରେ ଓ ବାହାରେ ଡ୍ରାମା କରୁଛି ବିଜେଡି- ଇରାଶିଷ


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ବିଜେଡ଼ି

ଆନ୍ଦୋଳନ ଉପରେ କଡ଼ା ଜବାବ ରଖି ବିଜେପି ବିଧାୟକ

ଇରାଶିଷ କହିଛନ୍ତି ଯେ, ପଞ୍ଚାୟତ ପ୍ରତିନିଧିଙ୍କ

କ୍ଷମତା ସଂକୁଚିତ ହୋଇନାହିଁ ବରଂ ପିସି କାରବାର ବନ୍ଦ ହୋଇଛି । 40 ପ୍ରତିଶତ ପିସି କାରବାରରେ ରୋକ ଲାଗିଛି ।

ବିଜେଡିର ଚମଚା ଏବଂ ଠିକାଦାରଙ୍କୁ ବାଧୁଛି । ମୋହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି ।

ବିକାଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ଏହି କାର୍ଯ୍ୟକ୍ରମରେ

ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସାମିଲ କରି ପଲ୍ଲୀ ସଭା କରି ଗାଁକୁ ବିକଶିତ କରାଯିବ । ସେମାନେ

ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଗ୍ରାମ ସଭା କରେଇ ଦେଉନଥିଲେ । ପଞ୍ଚାୟତ ପ୍ରତିନିଧିଙ୍କୁ ପଚାରୁ

ନଥିଲେ । ଦଲାଲ ଏବଂ ଠିକାଦାର ପୋଷା ନୀତି ପାଇଁ ବିଧାନସଭା ଭିତରେ ଏବଂ ବାହାରେ ଡ୍ରାମା କରୁଛି

ବିଜେଡି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande