ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)
- 2020 ମସିହା ଠାରୁ ଅଦ୍ୟାବଧି ବାହାର ରାଜ୍ୟରୁ 5612ଜଣ ପ୍ରବାସୀ ଶ୍ରମିକ ଉଦ୍ଧାର ହୋଇଛନ୍ତି । 289 ଜଣ ପ୍ରବାସୀ
ଶ୍ରମିକଙ୍କ ହୋଇଛି ମୃତ୍ୟୁ । 2021 ମସିହା ରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ 5 ଜଣ ରାୟଗଡା
ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । 2022 ମସିହାରେ 31 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡା ଜିଲ୍ଲାର ସର୍ବାଧିକ 8 ଜଣ ପ୍ରବାସୀ ଶ୍ରମିକଙ୍କ ଯାଇଛି ଜୀବନ । 2023 ମସିହାରେ 42 ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁରର ସର୍ବାଧିକ 9 ଜଣ ପ୍ରବାସୀ ଶ୍ରମିକଙ୍କ ଯାଇଛି ଜୀବନ । 2024 ରେ 120 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧମାଳର 15 ଓ ଛତ୍ରପୁରର 15 ଜଣଙ୍କ ଯାଇଛି ଜୀବନ । ସେହିପରି 2025 ରେ 82 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ
ସର୍ବାଧିକ ନବରଙ୍ଗପୁରରେ 10 ଜଣ ପ୍ରବାସୀ ଶ୍ରମିକଙ୍କ ଯାଇଛି ଜୀବନ । ବିଜେଡି
ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ
ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା