ଜିଲ୍ଲା ଦଳିତ ଶିକ୍ଷକ ସଂଘର ନୂଆଖାଇ ଜୁହାର ଭେଟ ଶିକ୍ଷା ବିନା ସମାଜ ପରିକଳ୍ପନା ଅସମ୍ଭବ
ବଲାଙ୍ଗୀର,୨୩ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଦଳିତ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି କୃଷ୍ଣ ଚନ୍ଦ୍ର ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ
ଜିଲ୍ଲା ଦଳିତ ଶିକ୍ଷକ ସଂଘର ନୂଆଖାଇ ଜୁହାର ଭେଟ  ଶିକ୍ଷା ବିନା ସମାଜ ପରିକଳ୍ପନା ଅସମ୍ଭବ


ବଲାଙ୍ଗୀର,୨୩ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଦଳିତ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି କୃଷ୍ଣ ଚନ୍ଦ୍ର ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା ମୁଖ୍ୟ ଅତିଥି, ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପିକା ପ୍ରଫେସର ଡ଼କ୍ଟର ରମଣୀ ନାଏକ ବିଶେଷ ଅତିଥି, ଉପଦେଷ୍ଟା ବସୁଦେବ ମୁଗ୍ରୀ,ଲୋଚନ ଛତ୍ରିଆ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶିକ୍ଷା ପ୍ରଗତିର ମୂଳ ଏବଂ ଶିକ୍ଷା ବିନା ସମାଜ ର ପରିକଳ୍ପନା ଅସମ୍ଭବ। ତେଣୁ ସମସ୍ତେ ଶିକ୍ଷା ଗ୍ରହଣ କରି ଦେଶ ପ୍ରଗତିରେ ଭାଗୀଦାରୀ ହେବାକୁ ଆହ୍ୱାନ ଦେଇଥିଲେ। ଦେଶର ପ୍ରଥମ ଶିକ୍ଷୟତ୍ରୀ ସାବିତ୍ରୀ ବାଈ ଫୁଲେ, ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ବି. ଆର୍‌. ଆମ୍ବେଦକର ଓ ତଥାଗତ ଗୌତମ ବୁଦ୍ଧଙ୍କ ତୈଳ ଚିତ୍ରରେ ଦୀପ ପ୍ରଜ୍ୱଳନ ଓ ବୁଦ୍ଧ ବନ୍ଦନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଜିଲାସ୍ତରୀୟ ଉକ୍ତ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ସମାଜ ପାଇଁ ଗୌରବ ଆଣିଥିବା ପ୍ରତିଭା ଯଥା: ସାହିତ୍ୟ ଓ ସମାଜ ସେବା କ୍ଷେତ୍ରରେ ରତିନ୍ଦ୍ର କୁମାର ରାୟ, ଲୋକନାଥ ସୁନା, ଖେଳ କୁଦରେ ପ୍ରିୟବ୍ରତ ନାଗ, ରୁକ୍ମିଣୀ ରାଣୀ ସୁନା, ସାହିଳ କୁମ୍ଭାର, ଦିୟା ସାଗର, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଡାକ୍ତରୀ ଛାତ୍ର ଚୂଡ଼ାମଣି ବାଗ, ଏନଆଇଟି ଛାତ୍ରୀ ପ୍ରତିଭାଶ୍ରୀ ବାଗ, ଆଇଆଇଟି ଛାତ୍ର ଶୈଳୀନ କୁମ୍ଭାର,ଆଇଆଇଏଫଟି ଛାତ୍ରୀ ପ୍ରିୟଙ୍କା ଦୀପ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ଛତ୍ରିଆ, ମୁକେଶ ବାରିକ, ସାଂସ୍କୃତିକ ଓ ସଂଗୀତ କ୍ଷେତ୍ରରେ ଡ. ନୀଳାଂଚଳ ନନ୍ଦଙ୍କୁ ପୁଷ୍ପାଗୁଚ୍ଛ,ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ରୁ ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ଯଥା ଜିଲ୍ଲା ଦଳିତ ସମାଜ ବଲାଙ୍ଗୀରର ଆବାହକ ବିଜୟ ଚନ୍ଦ୍ର ବାରିକ, ଜିଲ୍ଲା ଅଭିଭାବକ ସଂଘ ସଭାପତି ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ପଶ୍ଚିମ ଓଡିଶା ମହିଳା ସଂଗଠନ ସଭାନେତ୍ରୀ ସବିତା ନନ୍ଦ, ଜ୍ଞାନ ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେ ସଂଗଠନ ର ସଭାନେତ୍ରୀ ରୁପାଲୀ ମହାନନ୍ଦ, ଲକ୍ଷେ ଘର ଗଣ୍ଡା ସମାଜର ପ୍ରତିଷ୍ଠାତା ଉପଦେଷ୍ଟା ସତ୍ୟାନନ୍ଦ ସୁନା, ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ରେଳ କର୍ମଚାରୀ ସଂଗଠନର ସଭାପତି ସୁଶୀଳ ଛତ୍ରିଆ, ପୋଲିସ ସଂଘ ର ସଭାପତି ରମାକାନ୍ତ ସୁନା, ଗବେଷକ ତରଣୀସେନ ଦୀପ, ଉପଦେଷ୍ଟା ନେପାଳ ଚନ୍ଦ୍ର ବାଗ, ସମାଜସେବୀ ରବୀନ୍ଦ୍ର ସୁନା, ବଟୁ ନାଗ, ଡ. ବିପିନ କୁଶଳିଆ, ବରିଷ୍ଠ ସାମ୍ବାଦିକ କୁନା ବାଗ, ଆଡଭୋକେଟ ଦିନେଶ ନାଗ, କିଶୋର କୁମ୍ଭାର ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟତ୍ରୀ ରୀନା ନାଗ, ଯଶୋବନ୍ତି କୁମ୍ଭାର, ରୁକ୍ମିଣୀ ବାଗ, ଜ୍ୟୋସ୍ନାରାଣୀ ବରିହା ମାନପତ୍ର ପଠନ କରିଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ବରିଷ୍ଠ କଳାକାର ନବୀନ କୁଅଁର, ଦିଲୀପ ଦୀପ, ମାନବତାବାଦୀ ସଂସ୍କୃତି ବାହକ ବଲାଙ୍ଗୀରର ଟିକୁ ବିଶି, ରୂପେଶ ଯୋଯୋ ଓ ତାଙ୍କ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ରେକର୍ଡ ଡାନ୍ସ ପରିବେଷଣ କରିଥିଲେ। ଜିଲ୍ଲାସ୍ତରୀୟ ଉକ୍ତ କାର୍ଯ୍ୟକ୍ରମ ରେ ସଂଗଠନ ର କାର୍ଯ୍ୟକର୍ତା ପରୀକ୍ଷିତ କୁମ୍ଭାର, ମହଡ ବାରିକ, ହେମନ୍ତ ଛତ୍ରିଆ, ଶିବ ଜାଲ, ସିଦ୍ଧେଶ୍ୱର ତାଣ୍ଡି, ଚୌଧୁରୀ ତାଣ୍ଡି, ନୀଳକଣ୍ଠ ସୁନା, ସୁରେଶ ବାରିକ, ଅକୁର ସୁନାଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିକ୍ଷକ ଗଜମଣୀ ମଂଚ ପରିଚାଳନା କରିଥିବା ବେଳେ ସମ୍ପାଦକ ସୂର୍ଯ୍ୟମଣୀ ସୁନା ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande