ବଲାଙ୍ଗିର, ୨୩ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୫ ଦିନ ଧରି ଅବିରତ ଚାଲିଥିଲା। ପ୍ରତିଦିନ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ରୋଟି, ତରକାରି, ଫଳ ଓ ମିଠା ପ୍ରାୟ ୭୦୦ ରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ହିନ୍ଦୁ ସଂସ୍କୃତିରେ ପିତୃପକ୍ଷକୁ ଅତ୍ୟନ୍ତ ପବିତ୍ର ବୋଲି ଧରାଯାଏ। ଏହା ପୂର୍ବଜଙ୍କ ପ୍ରତି କୃତଜ୍ଞତା ଓ ସ୍ମରଣର ସମୟ। ଏହି ସମୟରେ ଦରିଦ୍ର ଓ ଜରୁରୀ ଲୋକଙ୍କୁ ଭୋଜନ କରାଇବାକୁ ଶ୍ରେଷ୍ଠ ପୁଣ୍ୟ କାମ ମନାଯାଏ। ସହଯୋଗ ଫାଉଣ୍ଡେସନ ଏହି ପାରମ୍ପରିକତାକୁ ପାଳନ କରି ୧୫ ଦିନ ଧରି ନିରନ୍ତର ପିତୃପକ୍ଷ ଭୋଜନ ସେବା କରିଥିଲା। ଗତ ୩ ବର୍ଷ ଧରି ସହଯୋଗ ଫାଉଣ୍ଡେସନ ପ୍ରତି ରବିବାରେ ଦିନରେ ୪୦୦ ଓ ରାତିରେ ୭୦୦ ରୁ ଅଧିକ ଲୋକଙ୍କୁ ଭୋଜନ ସରକାରୀ ହସ୍ପିଟାଲରେ ବଣ୍ଟନ କରୁଥିଲେ । ତା’ ସହିତ , ଆମ୍ବୁଲାନ୍ସ ସେବା, ରକ୍ତଦାନ, ବସ୍ତ୍ରଦାନ , ପୁସ୍ତକ ଦାନ, ସ୍ୱାସ୍ଥ୍ୟ ଶିବିର, ଯୋଗ, ଧ୍ୟାନ, ଗଛ ଲଗାଣ, ଅକ୍ସିଜେନ୍ ସେବା ପରି ବିଭିନ୍ନ ସେବାକାର୍ଯ୍ୟ ମଧ୍ୟ କରୁଛନ୍ତି।
ଏହି ପିତୃପକ୍ଷ ଭୋଜନ ସେବା ପବିତ୍ର କାର୍ଯ୍ୟରେ କିଛି ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ –ସୁଶ୍ରୀ ସୁଷ୍ମା ମହାପାତ୍ର (ଡ଼ ଏସ ଦବ୍ଲ୍ ଓ), ମନୋରଞ୍ଜନ ଯୋଷୀ (ଓଟିଭି ବ୍ୟୁରୋ ଚିଫ, ପଶ୍ଚିମ ଓଡ଼ିଶା), ପବିତ୍ର ବେହେରା (ଅତିରିକ୍ତ ଜିଲ୍ଳା ଅଧିକାରୀ), ଆଲୋକ କୁମାର ପଟେଲ (ସବ କଲେକ୍ଟର, ବଲାଙ୍ଗିର), ସରୋଜ କୁମାର ଉପାଧ୍ୟାୟ (ଏସ ଡି ପି ଓ ସଦର ପୋଲିସ) ଏବଂ କମଳ କୁମାର ପଣ୍ଡା ( ଡ଼ ଏସ୍ ପି ପୋଲିସ ମୁଖ୍ୟ।ଳୟ), ସମସ୍ତ ଅତିଥି ମାନେ ସହଯୋଗ ଫାଉଣ୍ଡେସନର ଏହି କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ