୨୦୧୬-୧୭ରୁ ଆଜି ଯାଏ ୨୮,୦୮,୭୦୫ ଗୋଟି ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମଞ୍ଜୁର
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ଆର୍ଥିକ ବର୍ଷ ୨୦୧୬-୧୭ରୁ ଅଦ୍ୟାବଧି ୨୮,୦୮,୭୦୫ ଗୋଟି ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଗୃହ ମଞ୍ଜୁର କରାଯାଇଛି ଓ ତନ୍ମଧ୍ୟରୁ ୨୪,୪୯,୮୬୨ଟି ଗୃହ ସଂପୂର୍ଣ୍ଣ ହୋଇଥିବା ସ୍ଥଳେ ୩,୫୮,୮୪୩ ଗୃହ
୨୦୧୬-୧୭ରୁ ଆଜି ଯାଏ ୨୮,୦୮,୭୦୫ ଗୋଟି       ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମଞ୍ଜୁର


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ଆର୍ଥିକ ବର୍ଷ

୨୦୧୬-୧୭ରୁ ଅଦ୍ୟାବଧି ୨୮,୦୮,୭୦୫ ଗୋଟି ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଗୃହ ମଞ୍ଜୁର

କରାଯାଇଛି ଓ ତନ୍ମଧ୍ୟରୁ ୨୪,୪୯,୮୬୨ଟି ଗୃହ

ସଂପୂର୍ଣ୍ଣ ହୋଇଥିବା ସ୍ଥଳେ ୩,୫୮,୮୪୩ ଗୃହ

ନିର୍ମାଣାଧୀନ ରହିଛି । ଆର୍ଥିକ ବର୍ଷ ୨୦୧୬-୧୭ ରୁ ୨୦୨୪-୨୫ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ

ଆବାସ ଯୋଜନା (ଗ୍ରାମୀଣ)ରେ କେନ୍ଦ୍ର ସରକାରଙ୍କ ଠାରୁ ୨୮,୪୯,୮୮୯ ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତ ହୋଇଛି । ଏହି ଯୋଜନା ଅଧୀନରେ ଚାଲୁଥିବା ସର୍ଭେର

ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଓ କେନ୍ଦ୍ର ସରକାରଙ୍କ ଠାରୁ ଧାର୍ଯ୍ୟଲକ୍ଷ୍ୟ ପ୍ରାପ୍ତି

ହେବା ପରେ ଚଳିତ ଆର୍ଥିକ ବର୍ଷରେ ଗୃହ ବଣ୍ଟନ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)

ଅଧୀନରେ ଚାଲୁଥିବା ସର୍ଭେ ମାଧ୍ୟମରେ ବାଦ ପଡିଥିବା ୩୭,୮୯,୨୩୪ ଗୋଟି ପରିବାରଙ୍କୁ ପ୍ରାରମ୍ଭିକ ହିସାବରେ ଚିହ୍ନଟ କରାଯାଇଛି ଏବଂ ତଦନ୍ତ

ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ପରିବାରଙ୍କୁ ପର୍ଯ୍ୟାୟକ୍ରମେ ଗୃହ ମଞ୍ଜୁର କରାଯିବ । ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande