ପୁରୀ, ୨୩ ସେପ୍ଟେମ୍ବର (ହି.ସ.) - ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିଖୋଜ ବ୍ୟକ୍ତି ଓ ଅପହୃତ ଶିଶୁ ଏବଂ ନାବାଳିକା ମାନଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୋଲିସ ଅବିରତ ପ୍ରୟାସ ଜାରି ରଖିଛି ଓ ସଫଳତା ମିଳିଛି।
ଗତ ସେପ୍ଟେମ୍ବର ୧୯ ତାରିଖରେ କୁମ୍ଭରପଡା ଥାନା କେସ୍ ନମ୍ବର ୪୩୯/୨୫ରେ ଏକ ମାମଲା ରୁଜୁକରି ରାମଚଣ୍ଡୀ ସାହିର ନାବାଳିକାକୁ ଗଞ୍ଜାମ ଜିଲ୍ଲାର ରମ୍ଭା ଅଂଚଳରୁ ପୋଲିସ ଉଦ୍ଧାର କରିଛି । ସେହିପରି ସେପ୍ଟେମ୍ବର ୨୦ରେ ବ୍ରହ୍ମଗିରି ଥାନା କେସ ନମ୍ବର ୩୮୨/୨୫ ରେ ନାବାଳିକା ଅପହରଣ ଘଟଣାରେ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି କୃଷ୍ଣପ୍ରସାଦ ମହିଷା ଅଂଚଳରୁ ନିଖୋଜ ନାବାଳିକା ଉଦ୍ଧାର କରି ସଫଳତା ପାଇଛି । ପୁରୀ ପୋଲିସ ପକ୍ଷରୁ ନିଖୋଜ ଓ ଅପହୃତ ଶିଶୁ ମାନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ନିଖୋଜ କିମ୍ବା ଅପହୃତ ହୋଇଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ନିକଟସ୍ଥ ଥାନା କିମ୍ବା ଟେଲିଫୋନ ନମ୍ବର ୧୧୨ ରେ ପୋଲିସକୁ ଜଣାଇବା ପାଇଁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ