ପିଆର୍ ହାଇସ୍କୁଲ ବଲାଙ୍ଗୀରରେ ଭାରତୋଳନ ସ୍କୁଲ ଟ୍ରାଏଲ ଅନୁଷ୍ଠିତ
ବଲାଙ୍ଗୀର,୨୩ ସେପ୍ଟେମ୍ବର(ହି.ସ.) – ଆସନ୍ତା ୨୫ ଏବଂ ୨୬ ତାରିଖ ଦୁଇଦିନ ବ୍ୟାପି ବ୍ରହ୍ମପୁରରେ ରାଜ୍ୟ ସ୍କୁଲ ସ୍ତରୀୟ ଭାର ଉତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ବଲାଙ୍ଗୀର ଜିଲ୍ଲା ସ୍କୁଲ ସଂଘ ତରଫରୁ ଆଜି ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ଥିବା ପିଏମ୍ ଶ୍ରୀ ହଲ ଠାରେ ଭାରଉତୋଳନ
ପିଆର ହାଇସ୍କୁଲ ବଲାଙ୍ଗିର ରେ ଭାରଉତ୍ତୋଳନ ସ୍କୁଲ ଟ୍ରାଏଲ ଅନୁଷ୍ଠିତ


ବଲାଙ୍ଗୀର,୨୩ ସେପ୍ଟେମ୍ବର(ହି.ସ.) – ଆସନ୍ତା ୨୫ ଏବଂ ୨୬ ତାରିଖ ଦୁଇଦିନ ବ୍ୟାପି ବ୍ରହ୍ମପୁରରେ ରାଜ୍ୟ ସ୍କୁଲ ସ୍ତରୀୟ ଭାର ଉତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ବଲାଙ୍ଗୀର ଜିଲ୍ଲା ସ୍କୁଲ ସଂଘ ତରଫରୁ ଆଜି ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ଥିବା ପିଏମ୍ ଶ୍ରୀ ହଲ ଠାରେ ଭାରଉତୋଳନ ସ୍କୁଲ ଟ୍ରାଏଲ(ଚୟନ) ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମୁଦାୟ ୧୭ ଜଣ ବାଳକ ଓ ୬ ଜଣ ବାଳିକା ଚୟନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଥିମଧ୍ୟରୁ ଦୁଇ ଜଣ ବାଳିକା ଓ ୬ ବାଳକ ବ୍ରହ୍ମପୁରରେ ହେବାକୁ ଥିବା ଭାରଉତୋଳନ ପ୍ରତିଯୋଗିତାରେ ଭାଗ ନେବାକୁ ଉତିନ୍ନ ହୋଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଜିଲ୍ଲା ଭାରଉତୋଳନ ସଂଘ ବଲାଙ୍ଗୀରର ସମସ୍ତ କର୍ମକର୍ତା ମୁଖ୍ୟ ଅତିଥି ଭାବରେ ପି.ଆର. ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ଯୋଗ ଦେଇ ଟ୍ରାୟଲ କ୍ୟାମ୍ପକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲରୁ ବାଳକ ଏବଂ ବାଳିକାମାନେ ନିଜ ନିଜ ସ୍କୁଲର ଖେଳ ଶିକ୍ଷକମାନଙ୍କ ତତ୍ୱାବଧାନରେ ଆସି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅଫିସିଆଲ ଭାବରେ ରାଜ୍ୟ ଭାରଉତୋଳନ ସଂଘର କାର୍ଯ୍ୟକାରୀ ସଦସ୍ୟ ତଥା ମାନ୍ୟତାପ୍ରାପ୍ତ ରେଫରି, ଜିଲ୍ଲା ଭାରଉତୋଳନ କୋଚ ବିନୟ ପାଣ୍ଡେ ଯୋଗ ଦେଇଥିଲେ। ଜିଲ୍ଲା ଭାରୋତଳନ ସଭାପତି ଓ ରାଜ୍ୟ ଭାରୋତଳନ ସଂଘ ମାନ୍ୟତା ପ୍ରାପ୍ତ ରେଫରି ସୁଦାମ ବେହେରା, ଜିଲ୍ଲା ଉପସଭାପତି ଗୋପାଳ ସୁନା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଖେଳ ଶିକ୍ଷକ ପିଆର ହାଇସ୍କୁଲ ହେମନ୍ତ ପଧାନ, ସୌରଭ ପ୍ରଧାନ, ପିଇଆଇ ଆଶୁତୋଷ ହୋତା ପିପି ଏକାଡେମୀ, ପିଇଟି ସସ୍ମିତାରାଣୀ ମିଶ୍ରଙ୍କ ସହ ଅନ୍ତ ବେହେରା, ରଂଜିତା ବେହେରା ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande