ବଲାଙ୍ଗିର, ୨୩ ସେପ୍ଟେମ୍ବର (ହି.ସ.)- ନବ ଦିନାତ୍ମକ ଶାରଦୀୟ ଦେବୀ ପୁଜାରେ ବଲାଙ୍ଗିରରେ ମାଆ ସମଲେଶ୍ୱରୀ, ମା ଦୁର୍ଗା, କୁଶଙ୍ଗ ର ମା କୁଶଙ୍ଗେଇ ଆଜି ଦ୍ଵିତୀୟ ଦିବସରେ ବ୍ରହ୍ମଚାରୀଣି ରୂପରେ ପୁଜା ପାଉଛନ୍ତି । ଅଜି ଏଠାରେ ହେଉଥିବା ବିଭିନ୍ନ ପୂଜା ମେଢ଼ରେ ଦ୍ଵିତୀୟା ପୂଜା ଅନୁଷ୍ଠିତ ହେଉଛି। ଗତକାଲି କଳସ ସ୍ଥାପନା ପରେ ପୁଜା ଆରମ୍ଭ ହୋଇଥିଲା । ଦେବୀ ପୀଠ ଗୁଡିକର ଦେବୀ ମାନଙ୍କ ନବଦିନାତ୍ମକ ପୁଜା ଯଜ୍ଞ ଆରମ୍ଭ ହୋଇଛି ।
ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା’ଙ୍କର ଅନ୍ୟ ଦୁଇ ନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ଏକାଗ୍ର ମନରେ ମା’ଙ୍କ ପୂଜା କଲେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ମା’ ବ୍ରହ୍ମଚାରୀଣି ନିଜ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି। ଏହି ବେଶରେ ମା’ଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ, ପୂର୍ବଜନ୍ମରେ ମା’ ବ୍ରହ୍ମଚାରିଣୀ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେଇଥିଲେ। ଭଗବାନ ଶଙ୍କରଙ୍କୁ ସ୍ୱାମୀ ରୂପେ ପାଇବାକୁ ସେ ବହୁତ କଠିନ ତପସ୍ୟା କରିଥିଲେ। ମା’ ହଜାରେ ବର୍ଷ ଯାଏଁ କେବଳ ଫଳମୂଳ ଖାଇ ଜୀବନ ବିତାଇଥିଲେ। ଏହାପରେ ମା’ କଠିନ ବ୍ରତ ପାଳନ କରି ଖୋଲା ଆକାଶ ତଳେ ଖରା ବର୍ଷା ସବୁ ସହ୍ୟ କରିଥିଲେ। ବେଲପତ୍ର ଖାଇ ଭଗବାନ ଶିବଙ୍କୁ ଆରାଧନା କରୁଥିଲେ। ମା’ ହଜାରେ ବର୍ଷ ଯାଏଁ କେବଳ ଫଳମୂଳ ଖାଇ ଜୀବନ ବିତାଇ ଥିଲେ। ଏହାପରେ ମା’ କଠିନ ବ୍ରତ ପାଳନ କରି ଖୋଲା ଆକାଶ ତଳେ ଖରା ବର୍ଷା ସବୁ ସହ୍ୟ କରିଥିଲେ। ଖଣ୍ଡିଆ ବେଲପତ୍ର ଖାଇ ଭଗବାନ ଶିବଙ୍କୁ ଆରାଧନା କରୁଥିଲେ। ଏତେ ସବୁ କଲାପରେ ବି ଯେତେବେଳେ ଭଗବାନ ଶିବ ପ୍ରସନ୍ନ ହୋଇନଥିଲେ ମା’ ଶୁଖିଲା ବେଲପତ୍ର ମଧ୍ୟ ଖାଇବା ଛାଡି ଦେଇଥିଲେ ଓ କେତେ ହଜାର ବର୍ଷ ଯାଏଁ ନିର୍ଜଳା ଓ ନିରାହାର ତପସ୍ୟା କରିଥିଲେ। କଠିନ ତପସ୍ୟା ଯୋଗୁଁ ମା’ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିଲେ। ମା’ଙ୍କ ତପସ୍ୟା ଦେଖି ସମସ୍ତ ଦେବାଦେବୀ, ଋଷି, ମୁନି ମା’ଙ୍କ ମନୋସ୍କାମନା ପୂରଣ ହେବାକୁ ଆଶୀର୍ବାଦ ଦେଇଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମଚାରିଣୀ କୁହାଯାଏ।
ମା’ ବ୍ରହ୍ମଚାରିଣୀଙ୍କ ଅର୍ଥ ବହୁତ ଗଭୀର। ବ୍ରହ୍ମ ଅର୍ଥ ତପସ୍ୟା ଓ ଚାରିଣୀ ଅର୍ଥ ଆଚରଣ। ଅର୍ଥାତ ଦେବୀ ତପ ଆଚରଣ କରିଥାନ୍ତି। ମା’ଙ୍କ ଡାହାଣ ହାତରେ ଜପ ମାଳା ଓ ବାମ ହାତରେ କମଣ୍ଡଳୁ ଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ବ୍ରହ୍ମଚାରୀଣିଙ୍କୁ ପୂଜା କଲେ ତପ ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ବୃଦ୍ଧି ପାଇଥାଏ । ଦେବୀଙ୍କ ଆରାଧନା କଲେ ବ୍ୟକ୍ତିର ଆତ୍ମବଳ ବୃଦ୍ଧି ପାଇଥାଏ ଯାହାଦ୍ୱାରା ଜୀବନରେ ଆସୁଥିବା ସଙ୍କଟକୁ ଧର୍ଯ୍ୟର ସହ ସାମ୍ନା କରିଥାଏ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ