ବଲାଙ୍ଗୀର,୨୩ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପବିତ୍ର ମହାଳୟା ଦିନ ସନ୍ଧ୍ୟାରେ ଟିକ୍ରାପଡ଼ା ଠାରେ ଦିବଂଗତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧା ଓ ଭକ୍ତି ସହିତ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ ପ୍ରଦାନ କରାଯାଇଛି। ଏ ଅବସରରେ ପ୍ରଥମେ ମୁଖ୍ୟ ଅତିଥି ସତ୍ୟବନ୍ତ ବେଦବାକ ସମ୍ମାନିତ ବକ୍ତା ଜୟରାମ ମିଶ୍ର ସମ୍ମାନିତ ଅତିଥି କପିଳ ପତି, ଧର୍ମବ୍ରତ ରଥ ଓ ତରୁଣ କୁମାର ପରିଚ୍ଛା ମୁଖ୍ୟ ଦୀପ ପ୍ରଜ୍ଜଳନ କଲାପରେ ସ୍ଥାନୀୟ ଆତ୍ମୀୟ ସ୍ୱଜନ ନିଜ ନିଜ ଦିବଂଗତ ଶତାଧିକ ବ୍ୟକ୍ତିମାନଙ୍କର ଫଟୋଚିତ୍ରରେ ଫୁଲ, ଚନ୍ଦନ, ସିନ୍ଦୁର ଧୂପ ଓ ଦୀପ ପ୍ରଦାନ କରି ଆଶିଷ ଭିକ୍ଷା କରିଥିଲେ। ପରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିଗଣଙ୍କ ସମେତ କସ୍ତୁରୀ ରଥ, ମାଳତି ଉଦ୍ଗାତା, ଡ. ପ୍ରେମଚାନ୍ଦ ମହାନ୍ତି ଓ ମଦନ ମୋହନ ରଥ ଏପରି ମହନୀୟ କାର୍ଯ୍ୟରେ ପିତୃପୁରୁଷ ସନ୍ତୁଷ୍ଟ ହୁଅନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପଶାୟତ, ଦୁର୍ଗା ସାହୁ, ପ୍ରଶାନ୍ତ ଷଡ଼ଙ୍ଗୀ, ଚୁଡ଼େନ୍ଦ୍ର କୁମାର ବେହେରା, ନିହାରିକା ମିଶ୍ର, ଅରୁଣ ଖୁଆସ, ନିରୁପମା ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂପାଦକ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ