ଆଜି ବ୍ରହ୍ମଚାରିଣୀ ବେଶରେ ମା ସୁରେଶ୍ୱରୀ ଓ ଭଗବତୀଙ୍କ ବ୍ରହ୍ମଚାରିଣୀ ବେଶ
ସୁବର୍ଣ୍ଣପୁର, ୨୩ ସେପ୍ଟେମ୍ବର(ହି.ସ.) – ନବରାତ୍ରର ଦ୍ୱିତୀୟ ଦିନରେ ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ସପ୍ତସତୀ ଚଣ୍ଡୀଯଜ୍ଞ ଚାଲୁ ରହିଥିବାବେଳେ ଆଜି ଭୋର୍ ସମୟରୁ ମନ୍ଦିର ଖୋଲା ଯାଇ ଯଥାବିଧି ପୂଜାର୍ଚ୍ଚନା ଶେଷ ହୋଇଥିବାବେଳେ ଆଜି ବ୍ରହ୍ମଚାରିଣୀ ବେଶରେ ମା ଉଭାହୋଇ ଭକ୍ତଙ୍କୁ ଦର୍ଶନ ଦ
ଆଜି ବ୍ରହ୍ମଚାରିଣୀ ବେଶରେ ମା ସୁରେଶ୍ଵରୀ ଓ ଭଗବତୀଙ୍କ ବ୍ରହ୍ମଚାରିଣୀ ବେଶ


ସୁବର୍ଣ୍ଣପୁର, ୨୩ ସେପ୍ଟେମ୍ବର(ହି.ସ.) – ନବରାତ୍ରର ଦ୍ୱିତୀୟ ଦିନରେ ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ସପ୍ତସତୀ ଚଣ୍ଡୀଯଜ୍ଞ ଚାଲୁ ରହିଥିବାବେଳେ ଆଜି ଭୋର୍ ସମୟରୁ ମନ୍ଦିର ଖୋଲା ଯାଇ ଯଥାବିଧି ପୂଜାର୍ଚ୍ଚନା ଶେଷ ହୋଇଥିବାବେଳେ ଆଜି ବ୍ରହ୍ମଚାରିଣୀ ବେଶରେ ମା ଉଭାହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ଦ୍ୱିତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ୱରୀଙ୍କ ଷୋଡ଼ଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ୬ଟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଂଟନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ସହରର ସର୍ବ ପୁରାତନ ମା ଭଗବତୀଙ୍କ ପୀଠରେ ମଧ୍ୟ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ। ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ନବରାତ୍ରର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା। ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ। ମାତା ଦୁର୍ଗାଙ୍କର ନବଶକ୍ତିର ଦ୍ୱୀତୀୟ ସ୍ୱରୂପଟି ହେଉଛି ବ୍ରହ୍ମଚାରିଣୀ। ଏଠାରେ ‘ବ୍ରହ୍ମ’ ଶବ୍ଦର ଅର୍ଥ ହେଉଛି ତପସ୍ୟା। ‘ବ୍ରହ୍ମ’ର ଅର୍ଥ ତପସ୍ୟା ଏବଂ ଏ ଦୃଷ୍ଟିରୁ ସେ ତପଶ୍ଚାରିଣୀ ଦେବୀଙ୍କର ଏ ରୂପ ହେଉଛି- ଜ୍ୟୋତିରୂପ ତାଙ୍କର ବାମ ହସ୍ତରେ କମଣ୍ଡଳୁ ଓ ଦକ୍ଷିଣ ହସ୍ତରେ ଜପମାଳା ପରିଲକ୍ଷିତ ହୁଏ। ପୁରାଣ ପ୍ରସଙ୍ଗ ଅନୁସାରେ, ନାରଦଙ୍କ ପରାମର୍ଶରେ ଶୈଳପୁତ୍ରୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ତାହାର ଅବଧି ଥିଲା ତିନି ସହସ୍ର ବର୍ଷ ସେହି ସମୟରେ ପତ୍ର ‘ପର୍ଣ୍ଣ' ଆକାର ମଧ୍ୟ ପରିତ୍ୟାଗ କରିବାରୁ ତାଙ୍କର ନାମ ହୋଇଥିଲା ‘ଅପର୍ଣ୍ଣା' ସେହି ତପସ୍ୟା ଫଳରେ ତ୍ରିଲୋକରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପିତାମହ ବ୍ରହ୍ମା ତାଙ୍କୁ ଆଶୀର୍ବାଦ କରି କହିଥିଲେ- ଶିବଙ୍କୁ ସେ ପତି ରୂପେ ପାଇବେ। ଏଣୁ ଏହି ବ୍ରହ୍ମଚାରିଣୀ, ତପଶ୍ଚାରିଣୀଙ୍କ ଉପାସନା ଫଳରେ ମନୁଷ୍ୟ ତାହାର ସ୍ୱଭାବରେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ଲାଭକରେ ତାଙ୍କର ପୂଜା ସାଧକକୁ ମାଧିଷ୍ଠାନ ଚକ୍ରରେ ସ୍ଥିତ କରେ। ସହରର ଥନାପତି ପଡାରେ ମଧ୍ୟ ମା’ଙ୍କ ନବରାତ୍ରୀ ପୂଜା ଧୁମ୍‌ଧାମ୍‌ରେ ଚାଲିଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande