ଖଣି ବିଭାଗ ପକ୍ଷରୁ ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ
ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନାର ବିଭିନ୍ନ ଅଂଚଳରେ ଖଣି ବିଭାଗ ପକ୍ଷରୁ ଆଜିଚଢାଉ କରାଯାଇ ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ସୂଚନା ଅନୁଯାୟୀ ଧର୍ମଶାଳା ତହସିଲ ଅଂଚଳରେ ବେଆଇନ ଭାବେ ଅନେକ ଲଘୁଖଣିଜ ପଦାର୍ଥ ହରିଲୁଟ ହେଉଥିବା ଅଭିଯୋଗ ହୋଇ
ଖଣି ବିଭାଗ ପକ୍ଷରୁ ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ


ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନାର ବିଭିନ୍ନ ଅଂଚଳରେ ଖଣି ବିଭାଗ ପକ୍ଷରୁ ଆଜିଚଢାଉ କରାଯାଇ ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ସୂଚନା ଅନୁଯାୟୀ ଧର୍ମଶାଳା ତହସିଲ ଅଂଚଳରେ ବେଆଇନ ଭାବେ ଅନେକ ଲଘୁଖଣିଜ ପଦାର୍ଥ ହରିଲୁଟ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏହାକୁ ନେଇ ଆଜି ଯାଜପୁର ଖଣି ବିଭାଗର କନିଷ୍ଠ ଖଣି ଅଧିକାରୀ ଅଶୋକ କୁମାର ମହାନ୍ତି ଓ ସିତେଶ କୁମାର ନାୟକ ଧର୍ମଶାଳା ପୁଲିସ ସହାୟତାରେ କାଏମା ଠାରେ ବେଆଇନ ଭାବେ ଏକ ଟ୍ରାକ୍ଟରରେ ବାଲି ବୋଝେଇ ହୋଇ ଯାଉଥିବା ବେଳେ ଧରିଥିଲେ । ଟ୍ରାକ୍ଟର ଡ୍ରାଇଭର ଉପଯୁକ୍ତ ପ୍ରମାଣ ନଦେଇପାରିବାରୁ ଖଣି ବିଭାଗ ଅଧିକାରୀମାନେ ନମ୍ବର ବିହିନ ଟ୍ରାକ୍ଟରଟିକୁ ଜବତ କରି ଧର୍ମଶାଳା ଥାନାରେ ରଖିଥିବା ଜଣାପଡିଛି । ତେବେ ଏହି ଟ୍ରାକ୍ଟରଟି କେଉଁ ଖାଦାନରୁ ବାଲି ଆଣୁଥିଲା ଏବଂ ଏହାର ମାଲିକ କିଏ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ଜବତ ଟ୍ରାକ୍ଟରରୁ ଜୋରିମାନା ଆଦାୟ କରାଯାଇ ଛଡାଯିବ ବୋଲି ଜଣାଯାଇଛି ।

ଉଚ୍ଚଶିକ୍ଷା ପାଇଁ ଅଂଶୁମାନ ଟ୍ରଷ୍ଟର ବାଳିକାଙ୍କୁ ସହାୟତା

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande