ଅଗ୍ନିବିପନ୍ନ ପରିବାରଙ୍କୁ ସ୍ଵେଛାସେବୀ ସଙ୍ଗଠନ ତରଫରୁ ସହୟତା ପ୍ରଦାନ
ଧର୍ମଶାଳା, ୨୩ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼କାଏମା ପଂଚାୟତ ଦାସସାହି ଗ୍ରାମର ଅଗ୍ନିବିପନ୍ନ ପରିବାରଙ୍କୁ ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ସୂଚନା ମୁତାବକ, ଦାସସାହି ଗ୍ରାମର ବଟକୃଷ୍ଣ ଦାସଙ୍କ ଚାଳ ଘରକୁ ଭଡାସୂତ୍ରରେ ନେଇ ବାରିଣି ରାଉତ
ଅଗ୍ନିବିପନ୍ନ ପରିବାରଙ୍କୁ ସ୍ୱେଛାସେବୀ ସଙ୍ଗଠନ ତରଫରୁ ସହୟତା ପ୍ରଦାନ


ଧର୍ମଶାଳା, ୨୩ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼କାଏମା ପଂଚାୟତ ଦାସସାହି ଗ୍ରାମର ଅଗ୍ନିବିପନ୍ନ ପରିବାରଙ୍କୁ ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ସୂଚନା ମୁତାବକ, ଦାସସାହି ଗ୍ରାମର ବଟକୃଷ୍ଣ ଦାସଙ୍କ ଚାଳ ଘରକୁ ଭଡାସୂତ୍ରରେ ନେଇ ବାରିଣି ରାଉତ ଓ ତାଙ୍କ ପତ୍ନୀ ରହୁଥିଲେ । ଶନିବାର ଅପରାହ୍ନ ସମୟରେ ଅଚାନକ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରିବା ଫଳରେ ହଠାତ୍ ଚାଳଘରେ ନିଆଁ ଲାଗି ଜଳିଯାଇଥିଲା । ଏ ଖବର ପାଇ ଅସହାୟ ବନ୍ଧୁ ପରିବାର ସଦସ୍ୟ ପହଂଚିି ଅଗ୍ନି ବିପନ୍ନଙ୍କ ସମସ୍ୟା ବୁଝି ରାତିରେ ରହିବାର ବ୍ୟବସ୍ଥା କରିବା ସହ ଦୁଇ ମାସର ରାସନ ସାମଗ୍ରୀ ସହାୟତା କରିଥିଲେ । ସେହିପରି ଭାବେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସଦସ୍ୟଙ୍କ ସହ ବିଜେପି ଯୁବନେତା ଅଭିଷେକ ରାଉତ, ଶିଶିର ମାହାଣା ଓ ଅନ୍ୟ ସଦସ୍ୟ ମାନେ ପହଁଚିି ବାରିଣିଙ୍କ ସମସ୍ୟା ପଚାରି ବୁଝିବା ସହ ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande