ଏବିଭିପି ନଗର ସମ୍ମିଳନୀ ଅନୁଷ୍ଠିତ ଡଃ ଥବିର ଭୋଇ ସଭାପତି, ଜ୍ଞାନ ରଞ୍ଜନ ଗୁରୁ ସମ୍ପାଦକ
ଭୁବନ, ୨୫ ସେପ୍ଟେମ୍ବର(ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନ ନଗର ତରଫରୁ ନଗର ସମ୍ମିଳନୀ ହୋଇଯାଇଅଛି । ଏହି ସମ୍ମିଳନୀରେ ୨୦୨୫-୨୬ ବର୍ଷ ପାଇଁ ନୂତନ ନଗର ସଭାପତି ଭାବେ ଅଧ୍ୟାପକ ଡଃ ଥବିର ଭୋଇ ଓ ନଗର ସମ୍ପାଦକ ଛାତ୍ର ନେତା ଜ୍ଞାନ ରଞ୍ଜନ ଗୁରୁଙ୍କ ସହ ନଗର ଉପସଭାପତି ରୋହିତ ଅଗ୍ରୱାଲ, ସହ
ଏବିଭିପି ନଗର ସମ୍ମିଳନୀ ଅନୁଷ୍ଠିତ  ଡଃ ଥବିର ଭୋଇ ସଭାପତି, ଜ୍ଞାନ ରଞ୍ଜନ ଗୁରୁ ସମ୍ପାଦକ


ଭୁବନ, ୨୫ ସେପ୍ଟେମ୍ବର(ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନ ନଗର ତରଫରୁ ନଗର ସମ୍ମିଳନୀ ହୋଇଯାଇଅଛି । ଏହି ସମ୍ମିଳନୀରେ ୨୦୨୫-୨୬ ବର୍ଷ ପାଇଁ ନୂତନ ନଗର ସଭାପତି ଭାବେ ଅଧ୍ୟାପକ ଡଃ ଥବିର ଭୋଇ ଓ ନଗର ସମ୍ପାଦକ ଛାତ୍ର ନେତା ଜ୍ଞାନ ରଞ୍ଜନ ଗୁରୁଙ୍କ ସହ ନଗର ଉପସଭାପତି ରୋହିତ ଅଗ୍ରୱାଲ, ସହ ସମ୍ପାଦିକା ଚିନ୍ମୟୀ ପ୍ରଧାନ, ସହ ସମ୍ପାଦକ ଆଶିଷ ସାହୁ, ଛାତ୍ର ପ୍ରମୁଖ ପ୍ରୀତି ରଞ୍ଜନ ସାହୁ, ଛାତ୍ରୀ ପ୍ରମୁଖ ରୂପାଲି ଦାସ,ଏସ ଏଫ୍ ଡି ପ୍ରମୁଖ ଶ୍ରୀୟା ବାରିକ୍‌, କ୍ରୀଡ଼ା ପ୍ରମୁଖ କ୍ରିଷ୍ଣା ବେହେରା, ଜନଜାତି ପ୍ରମୁଖ ମାନସୀ ଦାସ, କଳା ମଂଚ ପ୍ରମୁଖ ଶୁଭମ ସାହୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ବିଶ୍ୱଜିତ୍ ବେହେରାଙ୍କୁ ପୂର୍ବ ନଗର ସଭାପତି ଅଧ୍ୟାପକ ଶୁଭମ ବେହେରା ଙ୍କ ଉପସ୍ଥିତି ରେ ଘୋଷଣା କରାଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଶୁଭମ ବେହେରା, ମୁଖ୍ୟବକ୍ତା ଅଧ୍ୟାପକ ଅଲେଖଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଏବିଭିପି ଢ଼େଙ୍କାନାଳ ବିଭାଗ ସଂଯୋଜକ ଅରୁପ ପଟ୍ଟନାୟକଙ୍କ ସହ ଛାତ୍ର ନେତା ରୋହିତ ଅଗ୍ରୱାଲ ଉପସ୍ଥିତ ଥିଲେ । ସଭାପତି ଡ଼ା. ଥବିର୍ କହିଛନ୍ତି - ଯୁବ ପୀଢ଼ି କିପରି ରାଷ୍ଟ୍ର ସେବାରେ କାର୍ଯ୍ୟ କରିବା ସହ ଏକ ସୁସ୍ଥ ସମାଜ ସୃଷ୍ଟି କରିପାରିବେ ଏହା ପାଇଁ ବିଦ୍ୟାର୍ôଥ ପରିଷଦ ହେଉଛି ଏକ ମନ୍ତ୍ର । ଶେଷରେ ନଗର ସମ୍ପାଦକ ଜ୍ଞାନ ରଂଜନ ଗୁରୁ ନୂତନ ଦାୟିତ୍ୱ ପାଇଥିବା ସମସ୍ତ କାର୍ଯ୍ୟକର୍ତାତଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande