ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ୧୯୯୩ ମସିହା ରୁ ଭଦ୍ରକ ସହରରେ ଏକମାସ ଧରି ପୂଜା ପାଉଥିବା କୁଆଁସ ପିଲା ଗଣେଶ ଭସାଣି ଆଜି ଗୁରୁବାର ମଧ୍ୟାହ୍ନ ୩ଘଟିକା ରେ ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇ ରାତ୍ର ୧୦ଘଟିକା ରେ ଶେଷ ହୋଇଛ। ଭଦ୍ରକ ରେ ଗଣେଶ ପୂଜା ଏବେ କାଳୀପୂଜା ପରେ ଗଣ ପର୍ବ ପାଲଟିଛି କ୍ଷ କୁଆଁସର ଚାରି ଟି ଗଣେଶ ମେଢ଼ ଏକମାସ ଧରି ପୂଜା ପାଉଥିବା ବେଳେ ୩ଟିର ଭସାଣି ଉତ୍ସବ ଶେଷ ହୋଇ ଆଜି କୁଆଁସ ପିଲା ଗଣେଶ ମେଢ଼ ର ଭସାଣି ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଛି । ଆଉ ରହିଲା ଅନ୍ୟ ଦୁଇ ଗଣେଶ ପୂଜା ପୁରୁଣା ବଜାର ଅଂଚଳ ର ବୁଢା ଓ ଟୋକା ଗଣେଶ ଭସାଣି । କମିଟି ର ସଭାପତି ସଂଜୀବ ଦାସ, ସମ୍ପାଦକ ପ୍ରଭାତ ମହାନ୍ତି ,କୋଷାଧ୍ୟକ୍ଷ ରାଜ କୁମାର ,ଉପଦେଷ୍ଟା ରବିନାରାୟଣ ଖିଲାର, ରବୀନ୍ଦ୍ର ବେହେରା,ଐଶକାନ୍ତ ମହାନ୍ତି, କର୍ମ କର୍ତ୍ତା ରାଜୀବ ଦାସ, ଅମରଜିତରାୟ, ସୁରେନ୍ଦ୍ର ସେଠି, ବାପି ଦାସ,ସରଜୁ ଦାସ ପ୍ରମୁଖ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ରେ ଭସାଣି ଉତ୍ସବ ମହା ଆଡ଼ମ୍ବର ସହକାରେ ଶେଷ ହୋଇଛି । ବିଭିନ୍ନ ବାଦ୍ୟ,ନୃତ୍ୟ, ସଙ୍ଗୀତ, ରୋଷଣୀ ରେ ସମଗ୍ର ଭଦ୍ରକ ସହର ପ୍ରକମ୍ପିତ ହୋଇଥିଲା କ୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପ୍ରାୟ ୧୫ଗୋଟି ରୁ ଉର୍ଦ୍ଧ ନୃତ୍ୟ ଗ୍ରୁପ ଓ ବାଦ୍ୟ ଏଥିରେ ପ୍ରଦର୍ଶନ କରିଥିଲେ କ୍ଷ ବିଶେଷ ଆକର୍ଷଣ ଥିଲା ମଧ୍ୟ ପ୍ରଦେଶ ପୂରୁଲିଆ, ଝାଡ଼ଖଣ୍ଡ, ଭାଇଜାକ ସମେତ ରାଜ୍ୟ ର ବଲାଙ୍ଗୀର, ମୟୁରଭଞ୍ଜ, ସମ୍ବଲପୁର, କଳାହାଣ୍ଡି, ସୁନ୍ଦର ଗଡ଼ ପ୍ରମୁଖ ସ୍ଥାନରୁ ଆସିଥିବା ନୃତ୍ୟ ଓ ବାଦ୍ୟ । ଭସାଣି ଉତ୍ସବରେ ଏସପି ମନୋଜ କୁମାର ରାଉତ ଙ୍କ ନିର୍ଦେଶ କ୍ରମେ, ଇନିସ୍ପେକ୍ଟର ପ୍ରଭାଂଶୁ ଶେଖର ମିଶ୍ର ଙ୍କ ସମେତ ପୋଲିସ ପ୍ରଶାସନ ଅଧିକାରୀ ଓ କର୍ମ ଚାରି ଙ୍କ ସହାୟତା ରେ ଭସାଣି ସହରର ଅପର୍ତିବିନ୍ଧା ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି କୁଆଁସ ସାଳନ୍ଦୀ ନଦୀର ପୋଲ ଘାଟରେ ବିସର୍ଜନ ଦିଆ ଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ