ବିଶ୍ୱବିଦ୍ୟାଳୟ ପରିସରରେ ବିଭନ୍ନ ସମସ୍ୟା ନେଇ ବିଦ୍ୟାର୍ଥୀ ପରିଷଦର ଦାବିପତ୍ର ପ୍ରଦାନ
କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଧରଣୀଧର ବିଶ୍ୱବିଦ୍ୟାଳୟ ଭାବେ ଅନୁମୋଦିତ ହୋଇଥିଲେ ମଧ୍ୟ ଏଯାଏ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟର ସୁବିଧା ଏବଂ ସୁଯୋଗ କିଛି ପାଇପାରୁନାହାନ୍ତି। ଯାହା ଦ୍ୱାରା ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉ
ବିଶ୍ୱବିଦ୍ୟାଳୟ ପରିସରରେ ବିଭନ୍ନ ସମସ୍ୟା ନେଇ ବିଦ୍ୟାର୍ଥୀ ପରିଷଦର ଦାବିପତ୍ର ପ୍ରଦାନ


କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଧରଣୀଧର ବିଶ୍ୱବିଦ୍ୟାଳୟ ଭାବେ ଅନୁମୋଦିତ ହୋଇଥିଲେ ମଧ୍ୟ ଏଯାଏ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟର ସୁବିଧା ଏବଂ ସୁଯୋଗ କିଛି ପାଇପାରୁନାହାନ୍ତି। ଯାହା ଦ୍ୱାରା ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନଙ୍କ ହକ୍ ନିମନ୍ତେ ସର୍ବଦା ଆଗଭର ଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ମାଧ୍ୟମରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିଛି ଦାବିଗୁଡିକ ହେଉଛି ଛାତ୍ର ସାଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ,ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଉପ କୁଳପତି ନିଯୁକ୍ତି , ଉପଯୁକ୍ତ ସମୟରେ ପରୀକ୍ଷା ଫଳ ପ୍ରକାଶ, ପର୍ଯ୍ୟାପ୍ତ ପରିମାଣର ପାଣି ଫିଲଟର ଆବଶ୍ୟକ ତଥା ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥାଶୀଘ୍ର ପୂରଣ କରାଯାଉ। ଉପରୋକ୍ତ ଦାବିଗୁଡିକୁ ଯଥାଶୀଘ୍ର ପୂରଣ କରାଯାଉ ଏବଂ ସମସ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର କରାଯିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦୁଝର ଜିଲ୍ଲା ସଂଯୋଜକ ସ୍ୱରାଜ କେତନ ମହାନ୍ତ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande