ବିଧାନସଭାରେ ଆଲୋଚନା ଓ ବିତର୍କ ପାଇଁ ଜନସାଧାରଣ ଚାପ ସୃଷ୍ଟି କରିବା ଦରକାର – ଅରୁଣ ସାହୁ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ବିଧାନସଭା ଭିତରେ ବିଜେଡି ବିଧାୟକ ଦଳ ନେଇଥିବା କିଛି ନିଷ୍ପତ୍ତିକୁ ନେଇ ପରୋକ୍ଷ ରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ସ୍ପଷ୍ଚ ମତ ଯେ ବିଧାନସଭାରେ ଆଲୋଚନା ହେବା ଦରକାର । ଗୃହରେ ଆଲୋଚନା ଓ ବିତର୍
ବିଧାନସଭାରେ ଆଲୋଚନା ଓ ବିତର୍କ ପାଇଁ ଜନସାଧାରଣ ଚାପ ସୃଷ୍ଟି କରିବା ଦରକାର – ଅରୁଣ ସାହୁ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ବିଧାନସଭା ଭିତରେ ବିଜେଡି ବିଧାୟକ ଦଳ ନେଇଥିବା କିଛି ନିଷ୍ପତ୍ତିକୁ ନେଇ ପରୋକ୍ଷ ରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ସ୍ପଷ୍ଚ ମତ ଯେ ବିଧାନସଭାରେ ଆଲୋଚନା ହେବା ଦରକାର । ଗୃହରେ ଆଲୋଚନା ଓ ବିତର୍କ ପାଇଁ ଜନସାଧାରଣ ଚାପ ସୃଷ୍ଟି କରିବା ଦରକାର ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଛନ୍ତି ଯେ, ଦଳୀୟ ନିଷ୍ପତ୍ତି ର ଶୃଙ୍ଖଳା ଭିତରେ ଆମେ ଅଛୁ । ଯେତେବେଳେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ଆମେ ମାନି ନେବୁ । ଦଳର ନିଷ୍ପତ୍ତି ଆମ ପାଇଁ ସବୁଠାରୁ ଉର୍ଦ୍ଧ୍ବରେ । ତେଣୁ ବ୍ୟକ୍ତିଗତ ଇଚ୍ଛା ସେଠି ବଳି ଦିଆଯାଏ । ଆହୁରି କହିଛନ୍ତି ବିଧାନସଭାରେ ଆଲୋଚନା ହେଉ । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରୁହନ୍ତୁ ଆଉ ବିରୋଧୀ ଦଳ ମଧ୍ୟ ଭାଗ ନେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ବିଧାନସଭାର ଆଲୋଚନା କରିବା ପାଇଁ ଜନ ସାଧାରଣ ଉଭୟଙ୍କ ଉପରେ ଚାପ ସୃଷ୍ଟି କରିବା ଦରକାର । ଆଲୋଚନା କାହିଁକି ବିଧାନସଭା ରେ ହେଇ ପାରୁନାହିଁ । ସେଥିପାଇଁ ବିତର୍କ ର ଆବଶ୍ୟକତା ରହିଛି । ମୁଁ ବ୍ୟକ୍ତିଗତ ଭାବେ କହିବି ବିଧାନସଭା ଭିତରେ ବିତର୍କ ହେଉ ନ ହେଲେ ଅବସ୍ଥା ର ସୁଧାର ଆସିବ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande