ଆଶ୍ରମ ବିଦ୍ୟାଳୟର ଛାତ୍ରକୁ ଗୋଡ଼ହାତ ବାନ୍ଧି ନିଜ ସାଥୀ ଛାତ୍ରମାନେ ରକ୍ତାକ୍ତ କରି ବାଡ଼େଇଲେ
ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପଞ୍ଚଡ଼ା ଆଶ୍ରମ ବିଦ୍ୟାଳୟରେ ପୁଣି ଥରେ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଅଭୀଲାସ ସାଉଁନ୍ତା ନାମକ ଛାତ୍ରଙ୍କୁ ଉକ୍ତ ବିଦ୍ୟାଳୟର ଛାତ୍ର ମାନେ ଟଙ୍କା ଆମର କାଢ଼ି ଦେଉଛୁ କହି ହଷ୍ଟେଲ ପଛପଟେ ଡାକି ନେଇ ଅଭୀଲାସ କହିବା ମ
ଆଶ୍ରମ ବିଦ୍ୟାଳୟର ଛାତ୍ରକୁ ଗୋଡ଼ ହାତ ବାନ୍ଧି ନିଜ ସାଥୀ ଛାତ୍ର ମାନେ ରକ୍ତାକ୍ତ କରି ବାଡ଼େଇ ବାଡ଼େଇ।


ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପଞ୍ଚଡ଼ା ଆଶ୍ରମ ବିଦ୍ୟାଳୟରେ ପୁଣି ଥରେ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଅଭୀଲାସ ସାଉଁନ୍ତା ନାମକ ଛାତ୍ରଙ୍କୁ ଉକ୍ତ ବିଦ୍ୟାଳୟର ଛାତ୍ର ମାନେ ଟଙ୍କା ଆମର କାଢ଼ି ଦେଉଛୁ କହି ହଷ୍ଟେଲ ପଛପଟେ ଡାକି ନେଇ ଅଭୀଲାସ କହିବା ମୁତାବକ ହାତ ଗୋଡ଼ ବାନ୍ଧି ଲହୁ ଲୁହାଣ କରି ବାଡ଼ିରେ ବାଡ଼େଇ ଅଚେତ ଅବସ୍ଥାରେ ସେଠାରେ ଛାଡ଼ି ହଷ୍ଟେଲ ପଳେଇ ଯାଇଥିଲେ। ଅଭୀଲାସଙ୍କ ଚେତା ଆସିବାରୁ ସେଠାରୁ ନିଜେ ଉଠି ବଣ ଜଙ୍ଗଲ ରାସ୍ତା ଦେଇ ନିଜ ଘର ଲଛମଣି ଚାଲି ଆସିଥିବାରୁ ବାପା

ଅଭୀଲାସଙ୍କୁ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଡାକ୍ତରଖାନାକୁ ନେଇଥିବାରୁ ଡାକ୍ତର ଅଭିନାଶ ଲେଙ୍କା ଅଭୀଲାସଙ୍କୁ ଚିକିତ୍ସା କରି କହିଥିଲେ କି ଅଭୀଲାସଙ୍କୁ ତାଙ୍କ ସାଥୀ ମାନେ ବାଡ଼ିରେ ବାଡ଼େଇ ଥିବାରୁ ତା'ର ଶରୀରର ବିଭିନ୍ନ ସ୍ଥାନରେ ରକ୍ତ ଜମାଟ ବାନ୍ଧିଛି, କିନ୍ତୁ ଚିକିତ୍ସା ପରେ ସେ ଭଲ ଅଛନ୍ତି ବୋଲି ଡାକ୍ତର ଲେଙ୍କା ସୂଚନା ଦେଇଥିଲେ। ହେଲେ ପଞ୍ଚଡ଼ା ଆଶ୍ରମ ବିଦ୍ୟାଳୟରେ ବାରମ୍ବାର ଏଭଳି ଘଟଣା ଘଟିଥିଲେ ସୁଦ୍ଧା ଜିଲ୍ଲା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଆଗାମୀ ଦିନରେ ଯଦି କୌଣସି ଏକ ବଡ଼ ଘଟଣା ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ଅଭିଭାବକ ଓ ଅଞ୍ଚଳର ଜନସାଧାରଣ ପ୍ରଶ୍ନ କରିଛନ୍ତି।

ଏନେଇ ଆମେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡିଙ୍କୁ ପଚାରିବାରୁ ଶ୍ରୀ ତାଣ୍ଡି ଏଥର ଆଉ କ୍ଷମା କରାଯିବ ନାହିଁ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande